ରାଜ୍ୟରେ ଖୋଲିବ ୫୪ଟି କ୍ୟାମ୍ପ ଅଫିସ୍, ସହଜ ହେବ ଆରଟିଓ କାମ

ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ଟି କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଥିବା ନେଇ ଅବଗତ କରାଯାଇଛି ।

Traffic PhotoBusiness League

Representational Image

Ordigital Desk
  • Published: Tuesday, 05 September 2023
  • Updated: 05 September 2023, 09:24 PM IST

Sports

Latest News

ଡ୍ରାଇଭିଂ ଲାଇସେନ୍ସଠୁ ଆରମ୍ଭ କରି ଗାଡ଼ି କାଗଜପତ୍ର  ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଏଣିକି ସହଜରେ କ୍ୟାମ୍ପ ଅଫିସରେ ଉପଲବ୍ଧ ହେବ । ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆରଟିଓ(ଆଂଚଳିକ ପରିବହନ କାର୍ଯ୍ୟାଳୟ) ଥିଲେ ମଧ୍ୟ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୫୪ଟି ସ୍ଥାନରେ କ୍ୟାମ୍ପ ଅଫିସ(ଆରଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି । ଏହି କ୍ୟାମ୍ପ ଅଫିସଗୁଡ଼ିକ ସମ୍ପୃକ୍ତ ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ । ସମ୍ପୃକ୍ତ ଆରଟିଓମାନେ ନିଜ ନିଜ ଅଂଚଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ବିଭିନ୍ନ ପରିବହନ ସେବା ଯୋଗାଇ ଦେବାକୁ ଉପସ୍ଥିତ ରହିବେ ।

ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ଟି କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଥିବା ନେଇ ଅବଗତ କରାଯାଇଛି । ରାଜ୍ୟ ପରିବହନ କମିଶନର ଗତ ଅଗଷ୍ଟ ୨୩ତାରିଖରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ଆଧାର କରି ରାଜ୍ୟ ସରକାର ଏହି ଅନୁମତି ଦେଇଛନ୍ତିି । ଏସବୁ କ୍ୟାମ୍ପ ଅଫିସ୍ ସେହି ଜିଲ୍ଲାରେ ଥିବା ଆରଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ ଓ ଆରଟିଓ ଅଫିସରେ ଭିଡ଼ ହ୍ରାସ କରାଇବ ବୋଲି ଜଣାପଡ଼ିଛି ।

Also Read

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଦୁଇଟି ଆରଟିଓ ଗଞ୍ଜାମ ଓ ଭଞ୍ଜନଗରରେ ଥିବାବେଳେ କ୍ୟାମ୍ପ ଅଫିସ ଯଥାକ୍ରମେ ବ୍ରହ୍ମପୁର ଓ ଆସିକାରେ ଖୋଲିବ । ସେହିପରି କଳାହାଣ୍ଡିରେ ଆରଟିଓ ଅଫିସ୍ ଥିବାବେଳେ କ୍ୟାମ୍ପ ଅଫିସ ଧର୍ମଗଡ଼, ମୟୂରଭଞ୍ଜର ରାଇରଙ୍ଗପୁରରେ ଆରଟିଓ ଅଫିସ ଅଧୀନରେ କରଞ୍ଜିଆ, ବାରିପଦା ଆରଟିଓ ଅଧୀନରେ ବେତନଟୀରେ କ୍ୟାମ୍ପ ଅଫିସ୍ ଖୋଲିବ । ସେହିପରି ବଲାଙ୍ଗିର ଆରଟିଓ ଅଧୀନରେ କଂଟାବାଞ୍ଜି ଓ ଟିଟିଲାଗଡ଼ , ସମ୍ବଲପୁର ଆରଟିଓ ଅଧୀନରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁର ଆରଟିଓ ଅଧୀନରେ ପାରାଦୀପ, କଟକ ଆରଟିଓ ଅଧୀନରେ ଆଠଗଡ଼ ଓ ନିଆଳି, କେନ୍ଦ୍ରାପଡ଼ା ଆରଟିଓ ଅଧୀନରେ ପଟ୍ଟାମୁଣ୍ଡାଇ, ଭଦ୍ରକ ଆରଟିଓ ଅଧୀନରେ ଚାନ୍ଦବାଲି ଓ ଧାମରା, ଯାଜପୁରର ଚଣ୍ଡିଖୋଲ ଆରଟିଓ ଅଧୀନରେ କଳିଙ୍ଗନଗର ଓ କାଳିଆପାଣ, ବାଲେଶ୍ୱର ଆରଟିଓ ଅଧୀନରେ ଜଳେଶ୍ୱର ଓ ନୀଳଗିରି, କେନ୍ଦୁଝର ଆରଟିଓ ଅଧୀନରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ ଆରଟିଓ ଅଧୀନରେ ହେମଗିରି, ରାଉରକେଲା ଆରଟିଓ ଅଧୀନରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳ ଆରଟିଓ ଅଧୀନରେ ଆଠମଲ୍ଲିକ, ତାଳଚେର ଆରଟିଓ ଅଧୀନରେ ପାଲଲହଡ଼ା ଓ ଏନଟିପିସି କଣିହା, ଢେଙ୍କାନାଳ ଆରଟିଓ ଅଧୀନରେ କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର-୧ ଆରଟିଓ ଅଧୀନରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ ଆରଟିଓ ଅଧୀନରେ ଦଶପଲ୍ଲା ଓ ଓଡ଼ଗାଁ, ପୁରୀ ଆରଟିଓ ଅଧୀନରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ା ଆରଟିଓ ଅଧୀନରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟ ଆରଟିଓ ଅଧୀନରେ ଜୟପୁର ଓ ସେମିଳିଗୁଡ଼ା, ଗଜପତି ଆରଟିଓ ଅଧୀନରେ ମୋହନା, ମାଲକାନଗିରି ଆରଟିଓ ଅଧୀନରେ ମୋଟୁ ଓ ଚିତ୍ରକୋଣ୍ଡା, ବରଗଡ଼ ଆରଟିଓରେ ପଦ୍ମପୁର, ଫୁଲବାଣୀ ଆରଟିଓ ଅଧୀନରେ ବାଲିଗୁଡ଼ା ଓ ଜି ଉଦୟଗିରି, ନବରଙ୍ଗପୁର ଆରଟିଓ ଅଧୀନରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧ ଆରଟିଓ ଅଧୀନରେ କଂଟାମାଳ ଓ ଚାରିଛକ, ସୋନପୁର ଆରଟିଓ ଅଧୀନରେ ଡୁଙ୍ଗୁରିପାଲି, ଝାରସୁଗୁଡ଼ା ଆରଟିଓ ଅଧୀନରେ ଲଖନପୁର ଓ ବ୍ରଜରାଜନଗର ଏବଂ ଦେବଗଡ଼ ଆରଟିଓ ଅଧୀନରେ ରିଆମାଳଠାରେ କ୍ୟାମ୍ପ ଅଫିସ୍ ସ୍ଥାପନ ହେବ । କେବଳ ନୂଆପଡ଼ା ଜିଲ୍ଲା(ଆରଟିଓ)କୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଏହି ନୂଆ କ୍ୟାମ୍ପ ଅଫିସ୍ ଖୋଲିବ ବୋଲି ପରିବହନ ବିଭାଗ ପକ୍ଷରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story