ଦାଦନ ଯାଇ ଯୁବକ ମୃତ, ମର ଶରୀର ଅପେକ୍ଷାରେ ପରିବାର

କାମ କରୁଥିବା ବେଳେ ଭାସ୍କର ତିନି ମହଲା ଛାତରୁ ଖସି ପଡ଼ିଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Odisha

ଭାସ୍କର (ଫାଇଲ ଫଟୋ)

Hemant Lenka
  • Published: Wednesday, 14 February 2024
  • Updated: 14 February 2024, 05:06 PM IST

Sports

Latest News

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କାହା ଆଖିରୁ ସୁଖୁନି ଲୁହ। ପୂରା ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି। କାରଣ ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଗାଁର ଭେଣ୍ଡିଆ ପୁଅ ଆଉ ନାହାନ୍ତି। ହାଇଦ୍ରାବାଦରେ କାମ କରୁଥିବା ବେଳେ ତିନି ମହଲା ଛାତରୁ ଖସି ତାଙ୍କର ଜୀବନ ଯାଇଛି। ହେଲେ ଏଯାଏ ପରିବାର ଲୋକଙ୍କ ପାଖରେ ପହଞ୍ଚି ପାରିନି ମୃତଦେହ। ସେମାନେ ମୃତଦେହ ଅପେକ୍ଷାରେ ରହି କେବଳ କାନ୍ଦୁଛନ୍ତି।

ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ଵାଂଶଡା ଥାନା ପଞ୍ଚୁଟିକ୍ରି ପଞ୍ଚାୟତ କାଦୁଆନାସି ଗାଁର ଦିବାକର ମହାଳିକଙ୍କ ପୁଅ ଭାସ୍କର ମହାଳିକ। ଭାସ୍କର ଜଣେ ଦିବ୍ୟାଙ୍ଗ। ସେ ଠିକ ଭାବେ ଚାଲି ପାରନ୍ତି ନାହିଁ। ତଥାପି ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। କଷ୍ଟମଷ୍ଟେ ସ୍ତ୍ରୀ ଅନ୍ନପୂର୍ଣ୍ଣା ମହାଳିକ ଓ ନିଜର ୫ ପିଲାଙ୍କ କଥା ବୁଝୁଥିଲେ।

Also Read

ଘର ନ ଥିବାରୁ ଭଙ୍ଗା କୁଡ଼ିଆ ଘରେ ଭାସ୍କର ଓ ତାଙ୍କ ପରିବାର ରହୁଥିଲେ। କାମ ଧନ୍ଦା କରି ଭାସ୍କର ଘର ଚଳାଉ ଥିଲେ। ତେବେ ଅଧିକ ରୋଜଗାର ଓ ନିୟମିତ କାମ ପାଇଁ ମାସକ ତଳେ ଗାଁ ଛାଡ଼ି ସେ ହାଇଦ୍ରାବାଦ ଚାଲି ଯାଇଥିଲେ। ସେଠାକାର ରଙ୍ଗାରେଡ୍ଡୀ ଜିଲ୍ଲାରେ ସେ ସିମେଣ୍ଟ ଵାଲି କଂକ୍ରିଟ କାମ ଆରମ୍ଭ କରିଥିଲେ।

ଵାଂଶଡା ଥାନା ଅନ୍ତର୍ଗତ ଵଜରାପୁର ଗାଁର ଠିକାଦାର ନୀଳ ରାଉତଙ୍କ ପୁଅ ରାଜେନ୍ଦ୍ର ରାଉତ ହିଁ ଭାସ୍କର ମହାଳିକଙ୍କୁ ହାଇଦ୍ରାବାଦ ନେଇଥିଲେ। ଏମିତି କାମ କରୁଥିବା ବେଳେ ୧୨ ତାରିଖରେ ଘଟିଥିଲା ଅଘଟଣ।

୧୨ ତାରିଖରୁ ଭାସ୍କରଙ୍କ ମୃତ୍ୟୁ ହୋଇଥିଲେ ହେଁ ଏଯାଏ ତାଙ୍କ ଘର ଲୋକଙ୍କ ପାଖରେ ମୃତଦେହ ପହଁଞ୍ଚି ପାରନି। ପରିବାର ଓ ଗାଁ ଲୋକ ଭାସ୍କରଙ୍କୁ ଶେଷ ଥର ଦେଖିବାକୁ ଅପେକ୍ଷା କରି ରହିଛନ୍ତି।

ସ୍ତ୍ରୀ ଅନ୍ନପୂର୍ଣ୍ଣା ଖବର ପାଇବା ପରଠାରୁ ଘଣ୍ଟାକୁ ଘଣ୍ଟା ମୂର୍ଚ୍ଛା ହୋଇଯାଉଛନ୍ତି। ଛୋଟ ଛୋଟ ପିଲା ମା'ର ଏପରି ଅବସ୍ଥା ଦେଖି କେବଳ କାନ୍ଦିବାରେ ଲାଗିଛନ୍ତି। ବଡ଼ ପୁଅଟି ୧୩ ବର୍ଷ ହୋଇ ଥିବା ବେଳେ ସବୁଠାରୁ ସାନ ପୁଅକୁ ଦୁଇ ବର୍ଷ। ଏପରି ସ୍ଥିତିରେ ବାପାଙ୍କ ଶବକୁ ୨ ପୁଅ ଓ ୩ ଝିଅ ଅପେକ୍ଷା କରି ରହିଛନ୍ତି।

ଭାସ୍କରଙ୍କ ମୃତ୍ୟୁ ପରେ ପିଲା ଛୁଆ ନେଇ କେମିତି ଵଞ୍ଚିଵେ ଅନ୍ନପୂର୍ଣ୍ଣା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନ ଵିଡିଓ ଓ ତହସିଲଦାରଙ୍କ ପାଖରେ କୌଣସି ଖଵର ନାହିଁ। ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ଚାନ୍ଦଵାଲି ଵିଡିଓ ଅସିତ୍ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story