Advertisment

୪୦,୦୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଲା ଏହି ମହାସଂଘ

ପୁରୀ ରେଳ ଷ୍ଟେସନ ପାଖରେ ୪୦,୦୦୦ (ଚାଳିଶହଜାର ) ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ୩୦.୦୦୦(ତିରିଶ ହଜାର )ଭକ୍ତଙ୍କୁ ଜୁସ ବଣ୍ଟନ କରାଯାଇଛି।

author-image
Hemant Lenka
Puri

Puri

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ଅଲ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ମାଗଣାରେ ୪୦ ହଜାର ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଇଛି। ରଥାଯାତ୍ରାରେ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୪୦,୦୦୦ (ଚାଳିଶହଜାର ) ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ୩୦.୦୦୦(ତିରିଶ ହଜାର )ଭକ୍ତଙ୍କ ପାଇଁ ଜୁସ ବଣ୍ଟନ କରାଯାଇଛି। 

Advertisment

ପ୍ରଭୁ କାଳିଆ ସାଆନ୍ତଙ୍କ ଆଦେଶରେ ଏତେ ବଡ଼ କାର୍ଯ୍ୟ ସଫଳ ହୋଇଛି। ଏଭଳି ଏକ ମହତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାପାଇଁ ପୁରୀ ପ୍ରଶାସନ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିବାରୁ ଅଲ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ଧନ୍ୟବାଦ ଜଣାଉଛି। ଉକ୍ତ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଅଲ ଓଡ଼ିଶାର ଦୁଇ ଶହରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। 

ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ ରଣା, ସହ ସମ୍ପାଦକ ରାଜୀବ ପରିଡା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ସାହୁ, କୋଷାଦକ୍ଷ ରାକେଶ କୁମାର ସିହ୍ନା, ଉପସଭାପତି ଉମେଶ ଚନ୍ଦ୍ର ସାହୁ, ବଚୁ ତ୍ରିପାଠୀ, ବାଲେଶ୍ୱର ଜିଲ୍ଲା ସଭାପତି ହରେନ୍ଦ୍ର ନାୟକ, ବାଲେଶ୍ୱର ସମ୍ପାଦକ ଅଜୟ ଓଝା, ବ୍ରହ୍ମପୁର ଜିଲ୍ଲା ସଭାପତି ହରିହର ପାତ୍ର ଓ ବାଲ୍ୟକୃଷ୍ଣ ପଣ୍ଡା, ସମ୍ବଲପୁରରୁ ଗଣେଶ ସାହୁ, ରଶ୍ମିରଂଜନ ପଣ୍ଡା, ବିନୋଦ ସାହୁ, ଚନ୍ଦନ ପାତ୍ର ଏବଂ ମହାସଂଘର ଆଗ ଧାଡ଼ିର ସଦସ୍ୟ ଭାସ୍କର ମହାରଣା, ମୁନୁ ନାୟକ, ଅରୁଣ ଦାସ, ବିକାଶ ସାହାଣୀ, ପ୍ରଶାନ୍ତ ଦାସ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ମହାପାତ୍ର, ନିଶିକାନ୍ତ ସାମଲ, ଜଗନ୍ନାଥ ସାହୁ, ନିଲୁ ଭାଇ, ବସନ୍ତ ସ୍ୱାଇଁ, ଶଙ୍କର ଦାସ ପପୁ ଭାଇ, ସ୍ୱାଇଁ ବାବୁଙ୍କ ସହିତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମାଗଣା କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିଛନ୍ତି। 

Advertisment
Odisha Ratha Yatra Puri