Advertisment

ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି

ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।

author-image
Debadatta Aryashrestha
DGP Review Meeting at Puri

DGP Review Meeting at Puri

ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ମଧ୍ୟ ଯୋଗ ଦେବେ ରାଷ୍ଟ୍ରପତି।

Advertisment

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଆଜି ପୁରୀ ଗସ୍ତରେ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ପୁଲିସ ଡିଜି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମଙ୍ଗ ପାର୍କିଂ, ବ୍ଲୁ ଫ୍ଲାଗ୍ ବିଚ୍, ରାଜଭବନ ସହ ସମୁଦ୍ର କୂଳ ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏସପିଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ ଡିଜିପି।

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ସୁରକ୍ଷା ଦାୟିତ୍ୱରେ ସମୁଦାୟ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଭୁବନେଶ୍ଵର ଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ସେହିପରି ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ଡିଜିପି। ନୌସେନା ଦିବସ ଅବସରରେ ୨୫ଟି ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ଶୋ’ ଦେଖିବାର ସୁଯୋଗ ପାଇବେ ଦର୍ଶକ। ତେଣୁ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛି ପୁଲିସ ପ୍ରଶାସନ। 

Advertisment
President Droupadi Murmu Police DG President Visit To Puri YB Khurania Puri