/odisha-reporter/media/post_attachments/uploadimage/library/16_9/16_9_0/IMAGE_1751191875.jpg)
Car Festival
ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡ଼ିଶା ପୁଲିସ ଆଜି ଜରୁରୀ ସୂଚନା ଜାରି କରିଛି। ଓଡ଼ିଶା ପୁଲିସ ତା’ ‘ଏକ୍ସ’ ଜରିଆରେ କହିଛି ଯେ ଆଜି (୨୯.୦୬.୨୦୨୫) ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳିଛି। ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷର କରିବାକୁ ପଡ଼ିପାରେ। ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ।
ରାଜ୍ୟ ପୁଲିସ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ଏହି ଜରୁରୀ ସୂଚନା ଜାରି କରିଥିବା ବେଳେ ତା’ର ୧୦ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଭୋର ପ୍ରାୟ ସାଢ଼େ ୪ଟା ବେଳେ ପୁରୀ ଶରଧାବାଲିରେ ଦଳଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ଅଛନ୍ତି। ସେହିପରି ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବେଳେ ସେଠାରେ ପୁଲିସ ନଥିଲେ ବୋଲି ଅଭିଯୋଗ ହୋଇଛି।
ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଯାଇଥିବା ବେଳେ ଦାୟିତ୍ୱରେ ଅବହେଳା ପାଇଁ ଜଣେ କମାଣ୍ଡାଣ୍ଟ ଓ ଡିସିପିଙ୍କୁ ନିଲମ୍ବନ କରାଯାଇଛି। ତା’ ସହିତ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରାର ସୁପରଭିଜନ କରିବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ସଂପନ୍ନ ହେବ ଆଡ଼ପ ପହଣ୍ଡି ବିଜେ ନୀତି। ଆଡ଼ପ ମଣ୍ଡପ ବିଜା ନୀତିକୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
