Advertisment

ପୁରୀ ଯିବାକୁ ଯୋଜନା କରିଛନ୍ତି କି, ପଢ଼ି ନିଅନ୍ତୁ ପୁଲିସର ଜରୁରୀ ସୂଚନା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ସଂପନ୍ନ ହେବ ଆଡ଼ପ ପହଣ୍ଡି ବିଜେ ନୀତି।

Car Festival

Car Festival

Advertisment

ପୁରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡ଼ିଶା ପୁଲିସ ଆଜି ଜରୁରୀ ସୂଚନା ଜାରି କରିଛି। ଓଡ଼ିଶା ପୁଲିସ ତା’ ‘ଏକ୍ସ’ ଜରିଆରେ କହିଛି ଯେ ଆଜି (୨୯.୦୬.୨୦୨୫) ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳିଛି। ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷର କରିବାକୁ ପଡ଼ିପାରେ। ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ।

Advertisment

ରାଜ୍ୟ ପୁଲିସ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ଏହି ଜରୁରୀ ସୂଚନା ଜାରି କରିଥିବା ବେଳେ ତା’ର ୧୦ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଭୋର ପ୍ରାୟ ସାଢ଼େ ୪ଟା ବେଳେ ପୁରୀ ଶରଧାବାଲିରେ ଦଳଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ଅଛନ୍ତି। ସେହିପରି ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବେଳେ ସେଠାରେ ପୁଲିସ ନଥିଲେ ବୋଲି ଅଭିଯୋଗ ହୋଇଛି।

ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରାଯାଇଥିବା ବେଳେ ଦାୟିତ୍ୱରେ ଅବହେଳା ପାଇଁ ଜଣେ କମାଣ୍ଡାଣ୍ଟ ଓ ଡିସିପିଙ୍କୁ ନିଲମ୍ବନ କରାଯାଇଛି। ତା’ ସହିତ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରାର ସୁପରଭିଜନ କରିବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ସଂପନ୍ନ ହେବ ଆଡ଼ପ ପହଣ୍ଡି ବିଜେ ନୀତି। ଆଡ଼ପ ମଣ୍ଡପ ବିଜା ନୀତିକୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe