Advertisment

ଓଡ଼ିଆ ପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦି

ମୋଦି ପୁରୀର ଟାହିଆ କାରିଗର ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି।

author-image
Hemant Lenka
PM

PM

ଓଡ଼ିଆ ପୁଅଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି ପୁରୀର ଟାହିଆ କାରିଗର ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି। ମହାପ୍ରଭୁଙ୍କ ବିଭିନ୍ନ ପ୍ରକାରର ବେଶ ପ୍ରସ୍ତୁତ କରିଥାନ୍ତି ବସନ୍ତ। ନାଗାର୍ଜୁନ ବେଶ, ମହାପ୍ରଭୁଙ୍କ ଟାହିଆ ଓ ହାତୀ ବେଶ ଆଦି ସେ ପ୍ରସ୍ତୁତ କରିଥାଆନ୍ତି। ଆଜି ବସନ୍ତ ରଣାଙ୍କୁ ନୂଆଦିଲ୍ଲୀ ଦ୍ୱାରକାର ଯଶୋଭୂମି ପରିସରରେ ସମ୍ମାନିତ କରାଯାଇଛି।

Advertisment

ପିଏମ ବିଶ୍ଵକର୍ମା ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପକାରିଗରମାନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଶ୍ରୀମନ୍ଦିର ସେଵାୟତ ତଥା ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରୁଥିବା ବସନ୍ତ ରଣା ମଧ୍ୟ ସମ୍ମାନିତ ହୋଇଛନ୍ତି।

ବସନ୍ତ ରଣା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ପଦ୍ମବେଶ,ପହଣ୍ଡି ଟାହିଆ,ହାତୀ ବେଶ ଓ ବିଭିନ୍ନ ବେଶ ପାଇଁ ଫୁଲ ଓ ସୋଲ ଜରିରେ ପ୍ରସ୍ତୁତ କାରିଗରୀ କରିଥାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତବେଳେ ସେ ମହାପ୍ରଭୁଙ୍କ ପାଇଁ ବନେଇଥିବା ବୃହତ ତୁଳସୀର ହାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ।

Advertisment

ସମ୍ମାନ ପାଇବା ପରେ ବସନ୍ତ ରଣା ବେଶ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱକର୍ମା ଯୋଜନାରେ କୌଳିକ ବୃତ୍ତି କରୁଥିବା ସବୁ ବର୍ଗର ଲୋକଙ୍କୁ ସହାୟତା ମିଳିବା ଗୋଟିଏ ଭଲ ପଦକ୍ଷେପ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ ତାମିଲନାଡୁର ଜଣେ ବିଶ୍ୱକର୍ମାଙ୍କୁ ମୋଦି ସମ୍ମାନିତ କରିଛନ୍ତି। ତାମିଲନାଡୁର ଏହି ବୃଦ୍ଧ ଜଣକ ମାଛ ଜାଲ ତିଆରି କରିଥାନ୍ତି। ଆଜି ତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିବା ବେଳେ ସେ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା।

Odisha PM Modi Vishwakarma Yojana