Advertisment

ନମ୍ୱର ଟିପିଲେ ମେଶିନ୍‌ରୁ ବାହାରୁଛି ଚାଉଳ

ମଞ୍ଚେଶ୍ୱରରେ ଥିବା ଚାଉଳ ଗୋଦାମରେ ଖୋଲିଛି ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚାଉଳ ଏଟିଏମ୍‌ ଲୋକାର୍ପିତ କରିଛନ୍ତି। ପ୍ରଥମ ଦିନରେ ବହୁ ହିତାଧିକାରୀ ଏଟିଏମ୍‌ରେ କାର୍ଡ ନମ୍ୱର ଡାଏଲ୍‌ କରି ଚାଉଳ ଉଠାଇଥିବା ଦେଖିବାକୁ ମିଳିଛି।

author-image
Manoranjan Sial
Rice ATM

Rice ATM

ରାସନ୍‌କାର୍ଡ ହିତାଧିକାରୀଙ୍କ ଦୁଃଖ ଗଲା। ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ରାସନ୍‌ କାର୍ଡ ନମ୍ୱର ଡାଏଲ୍‌ କଲେ ମେଶିନ୍‌ରୁ ଖଣ ଖଣ କରି ବାହାରୁଛି ଚାଉଳ। ଆଜି ରାଜଧାନୀ ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍‌। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।

Advertisment

ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଚାଉଳ ଗୋଦାମରେ ଖୋଲିଛି ଚାଉଳ ATM। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଚାଉଳ ଏଟିଏମ୍‌ ଲୋକାର୍ପିତ କରିଛନ୍ତି। ପ୍ରଥମ ଦିନରେ ବହୁ ହିତାଧିକାରୀ ଏଟିଏମ୍‌ରେ କାର୍ଡ ନମ୍ୱର ଡାଏଲ୍‌ କରି ଚାଉଳ ଉଠାଇଥିବା ଦେଖିବାକୁ ମିଳିଛି। ଏହି ଯୋଜନା ସଫଳ ହେଲେ ପରବର୍ତ୍ତୀ ସମୟରେ ସବୁ ଜିଲ୍ଲା ଓ ବ୍ଲକରେ ଏହି ଚାଉଳ ATM ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଚାଉଳ ନେବା ପାଇଁ ଆସିଥିବା ଜଣେ ହିତାଧିକାରୀ କହିଛନ୍ତି, ଆଜି ମୁଁ ୩ ମାସର ୬୦ କେଜି ଚାଉଳ ଉଠାଇଲି। ମେଶିନ୍‌ରୁ ଚାଉଳ ନେଲି। ମେଶିନ୍‌ ବସିବା ଦ୍ୱାରା ବହୁ ସୁବିଧା ହେଲା। ଆଉ ଦୀର୍ଘ ସମୟ ଧରି ଛିଡ଼ା ହେବାକୁ ପଡ଼ିଲା ନାହିଁ। ହେଲେ ଜଣେ ଗାଇଡ୍‌ ନକଲେ ଚାଉଳ ଉଠାଇବା କଷ୍ଟ ହେବ। ମେଶିନ୍‌ରେ ପ୍ରଥମେ ରାସନ୍‌କାର୍ଡ ଆଇଡି ନମ୍ୱର ଡାଏଲ୍‌ କରିବାକୁ ପଡ଼ିଲା। ନମ୍ୱର ଡାଏଲ କରିବା ପରେ ହିତାଧିକାରୀଙ୍କ ପୂରା ତଥ୍ୟ ଆସୁଥିଲା। ସେହି ନାଁକୁ ଟଚ୍‌ କରିବା ପରେ ୨୦ କେଜି ଚାଉଳ ବାହାରିଲା। ଏମିତି ମୋତେ ୩ ଥର ଡାଏଲ କରି ୬୦ କେଜି ଚାଉଳ ନେଲି। ଏବେ ଭଲ ଅଛି, ଆଗକୁ କ’ଣ ହେବ କହିହେବ ନାହିଁ ବୋଲି ହିତାଧିକାରୀ ଜଣକ କହିଛନ୍ତି।

Advertisment
Bjp Bhubaneswar Bhubaneswar News