/odisha-reporter/media/post_attachments/uploadimage/library/16_9/16_9_0/IMAGE_1693663538.jpeg)
Food Commission
ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ରାଜ୍ୟ ସରକାର ଆଜି ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେ ଦୀର୍ଘଦିନ ଧରି ସଦସ୍ୟ ପଦବୀଗୁଡ଼ିକ ଖାଲି ପଡ଼ିଥିଲା।
ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ଦୟାନିଧି ଦାଶ, ସଂଯୁକ୍ତା ମହାନ୍ତି, ଅକ୍ଷୟ କୁମାର ବେହେରା, ପ୍ରିୟବ୍ରତ ସାମନ୍ତରାୟ ଓ ପ୍ରେମଶିଳା କେର୍କଟାଙ୍କୁ ନିଯୁକ୍ତି ମିଳିଛି । ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ରହିବ । ପୂର୍ବରୁ ଚଳିତବର୍ଷ ମେ’ମାସରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଭାବେ ବିଜେଡି ନେତା ଅବନୀକାନ୍ତ ସାହୁଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।
ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ଦୟାନିଧି ଦାଶ ଦୀର୍ଘ ୩ଦଶନ୍ଧିରୁ ଅଧିକ ଦିନ ଧରି ସାମ୍ବାଦିକତା କରୁଥିଲେ ଓ ଗତ କିଛିମାସ ଧରି ସେ ସକ୍ରିୟ ସାମ୍ବାଦିକତାରୁ ଦୂରେଇ ରହିଥିଲେ । ସେହିପରି ଯାଜପୁର ଜିଲ୍ଲାର ବିଜେଡି ନେତ୍ରୀ ସଂଯୁକ୍ତା ମହାନ୍ତି, ପରଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପିପିଲି ଅଂଚଳର ପ୍ରିୟବ୍ରତ ସାମନ୍ତରାୟ ପ୍ରମୁଖ ବିଜେଡି ସହ ଜଡ଼ିତ ଅଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ରଙ୍ଗଲାଲ ଜାମୁଡ଼ାଙ୍କ କାର୍ଯ୍ୟକାଳ ଶେଷ ହେବା ପରଠୁ କମିଶନ ପ୍ରାୟତଃ ପଙ୍ଗୁ ଅବସ୍ଥାରେ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
