କେରଳ ଓ ତ୍ରିପୁରାକୁ ୫କୋଟି ଟଙ୍କା ଲେଖାଏଁ ସହାୟତା ଦେବ ଓଡ଼ିଶା

ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Published: Wednesday, 04 September 2024
  • , Updated: 04 September 2024, 08:56 PM IST

ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ କେରଳ ଓ ତ୍ରିପୁରାକୁ ୫କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଓଡ଼ିଶା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଅର୍ଥ ଦିଆଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷୟକ୍ଷତି ପାଇଁ ସମବେଦନା ବ୍ୟକ୍ତ କରିଛନ୍ତି ।

ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ଶ୍ରୀ ମାଝୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାର ଏହି ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ଉଭୟ ରାଜ୍ୟରେ ପ୍ରଳୟଙ୍କରୀ ବର୍ଷା,ଭୂସ୍ଖଳନ ଓ ବର୍ଷା ଯୋଗୁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।

Related story