Advertisment

ପଦ୍ମ ବିଜେତାଙ୍କୁ ମାସିକ ମିଳିବ ୨୫ ହଜାର ଟଙ୍କା

ଏହି ସହାୟତା ରାଶି ଚଳିତ ବର୍ଷ ଏପ୍ରିଲ ଅର୍ଥାତ୍ ଆସନ୍ତା ମାସରୁ ମିଳିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Lokaseva bhavan

ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି। ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସହାୟତା ରାଶି ଚଳିତ ବର୍ଷ ଏପ୍ରିଲ ଅର୍ଥାତ୍ ଆସନ୍ତା ମାସରୁ ମିଳିବ।

Advertisment

ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାରେ ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କର ବଳିଷ୍ଠ ଅବଦାନର ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତେଙ୍କୁ ଖୁସି କରିବାରେ ଲାଗିପଡ଼ିଛନ୍ତି ନବୀନ। କେତେବଳେ ଦରମା ବୃଦ୍ଧି କରୁଛନ୍ତି ଆଉ କେତେବେଳେ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବୃଦ୍ଧି କରୁଛନ୍ତି। ଆଜି  ନବୀନ ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମାସିକ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି।

Advertisment
Odisha Government Padma Award