ନଗ୍ନ ଦେହକୁ ଢାଙ୍କିଦେଲା ମାଆ ବିଚ୍ ରାସ୍ତାରେ ଉଲଗ୍ନ ଦ୍ରୌପଦୀ ଫଟୋ ଉଠାଉଛି କୌରବ.. | Odisha Reporter
ଜନ ଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। ରାସ୍ତାରେ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁ ନଥିଲେ। ବରଂ ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। ଏହି ସମୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। କାର୍ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us