Advertisment

ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା। ଚଢ଼ାଉ ବେଳେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ।

author-image
Madhupriya Mistry
chief construction engineer

chief construction engineer

ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା।

Advertisment

ଗତକାଲି ଚଢ଼ାଉ ବେଳେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ। ଗୋଟିଏ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା । ୧୧ ଲକ୍ଷ ନଗଦ ଟଙ୍କା, ୩୩୫ ଗ୍ରାମ୍ ସୁନା, ୭୮ ଲକ୍ଷର ଜମା ପାଇଥିଲା ଭିଜିଲାନ୍ସ ଟିମ୍।

ଗିରଫ ପ୍ରଭାସ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ବାସିନ୍ଦା । ୧୯୯୪ରେ ସେ ଚାକିରିରେ ଯୋଗ ଦେଇଥିଲେ। ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ ଥିଲେ। ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ସେ ନିଜ ଜିଲ୍ଲା ବାଲେଶ୍ୱରରେ କାର୍ଯ୍ୟ କରିବା ସହ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଥିଲେ।

Advertisment

ପରେ ବାଲେଶ୍ୱର ଓ ଭଦ୍ରକରେ ବର୍ଷେ ଏବଂ କେନ୍ଦ୍ରାପଡା ଆଳିରେ ୧୦ ବର୍ଷ ଧରି ରହିଥିଲେ। ଆଳିରେ ଥିଲା ବେଳେ ତାଙ୍କୁ ଦୁଇଟି ପ୍ରମୋସନ ମିଳିଥିଲା। ୨୦୨୦ରେ ସେ ପଦୋନ୍ନତି ପାଇ ପୁଣି ନିଜ ଜିଲ୍ଲା ବାଲେଶ୍ୱରରେ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ୨୦୨୧ରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଥିଲେ।

ଗତ ଜୁଲାଇରେ ସେ ଚିଫ୍ ଇଞ୍ଜିନିୟର ହୋଇଥିଲେ। ଗତ ବର୍ଷ ସେ ଦାଖଲ କରିଥିବା ତାଙ୍କ ସମ୍ପତ୍ତି ତାଲିକାରେ ୮୫ଟି ପ୍ଲଟ ମଧ୍ୟରୁ ଅଳ୍ପ କିଛି ପ୍ଲଟ ଦେଖାଇଥିଲେ। କିନ୍ତୁ ଜଳେଶ୍ୱରେ ୧୨ ହଜାର ୫୦୦ ବର୍ଗଫୁଟ ଜମିରେ ଥିବା ୫ ମହଲା ବିଶିଷ୍ଟ ବିଲ୍ଡିଂ ଓ ଗୋବରା ଘାଟରେ ୬୧୫୧ ବର୍ଗଫୁଟ ଜମିରେ ନବ ନିର୍ମିତ ମାର୍କେଟ କଂପ୍ଲେକ୍ସ ଥିବାର ଦର୍ଶାଇନଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

Vigilance Raid Odisha Vigilance Chief Construction Engineer Arrested