କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ। ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ନିୟମିତ ଭାବେ ପୋଷ୍ଟ କରୁଥିଲେ। ଏବେ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜୁଛି ଯାଜପୁର ବନ ବିଭାଗ।