Advertisment

ନିଆଁ ରୋକିବାକୁ ଓଡ୍ରାଫ୍ ନିୟୋଜିତ

ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ।

Fire

Fire

Advertisment

ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ୍ ଟିମ୍‌ ନିୟୋଜିତ। ଅଧିକ ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ନିୟୋଜନ ହେବେ ଓଡ୍ରାଫ୍ ଟିମ୍‌। ବାଲିଗୁଡ଼ା, ଫୁଲବାଣୀ, ବଣେଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ ବନଖଣ୍ଡରେ ଓଡ୍ରାଫ୍ ନିୟୋଜିତ ହେବେ।

Advertisment

ଆଜି ଓଡ୍ରାଫ୍ ଟିମ୍‌ ବାହାରିଗଲେଣି। ଆସନ୍ତାକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ପହଞ୍ଚିଯିବେ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ। ତେବେ ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ। ଜଙ୍ଗଲ ନିଆଁ ରୋକିବାକୁ ସଚେତନତା ସୃଷ୍ଟି କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ପ୍ରାୟ ୩୨ ହଜାର ୫୦୦ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ଏଯାଏଁ ତାହା ୧୨ ହଜାରରେ ସୀମିତ ରହିଛି।

Odraf
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe