ଓଏଚଆରସିରେ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ, ପଡ଼ିରହିଛି ହଜାର ହଜାର ମାମଲା

ପ୍ରତିମାସରେ ମାନବାଧିକାର ଉଲ୍ଲଘଂନର ହାରାହାରି ପ୍ରାୟ ୨୦୦ରୁ ୪୦୦ମାମଲା ମାନବାଧିକାର କମିଶନଙ୍କ ପାଖରେ ପଞ୍ଜିକରଣ ହେଉଛି । କିନ୍ତୁ ବର୍ଷ ବର୍ଷ ଧରି ବକେୟା ମାମଲା ଯୋଗୁ ଅନେକ ଲୋକେ ନ୍ୟାୟ ପାଇବାରେ ସକ୍ଷମ ହେଉନାହାନ୍ତି ।

orhc

Representational Image

Ordigital Desk
  • Published: Thursday, 09 November 2023
  • Updated: 09 November 2023, 07:32 PM IST

Sports

Latest News

ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ର ସଦସ୍ୟ ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଏହାସହିତ ଗତ ଫେବୃୟାରୀ ମାସରୁ କମିଶନରେ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ହୋଇଛି । ଅନ୍ୟପକ୍ଷରେ କମିଶନରେ ବର୍ଷ ବର୍ଷ ଧରି ହଜାର ହଜାର ମାମଲା ଦୀର୍ଘଦିନ ଧରି ବିଚାର ପାଇଁ ପଡ଼ି ରହିଥିବାବେଳେ ବିଗତ ୯ମାସ ମଧ୍ୟରେ ମାତ୍ର ୬୨୩ଟି ମାମଲାରେ ନିର୍ଦ୍ଦେଶନାମା ଜାରି କରିବାରେ ସକ୍ଷମ ହୋଇଛନ୍ତି ।

ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଚିତ୍ତରଞ୍ଜନ ମହାପାତ୍ର ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ହେବେ । ସେ ଯେଉଁଦିନ ଦାୟିତ୍ୱ ଗ୍ରହଣ କରିବେ ସେବେଠୁ କମିଶନରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । ଜଷ୍ଟିସ ରଘୁବର ଦାଶଙ୍କ ଇସ୍ତଫା ଯୋଗୁ ଏହି ସଦସ୍ୟ ପଦବୀ ଖାଲି ପଡ଼ିଥିଲା । ତାଙ୍କଠୁ ଜୁନିୟର ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ଦର୍ଶାଇ ଜଷ୍ଟିସ ରଘୁବର ଦାଶ ନିଜ ଆଡ଼ୁ କମିଶନରୁ ଓହରି ଯାଇଥିଲେ । ଏବେ କମିଶନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀ ଓ ଅନ୍ୟତମ ସଦସ୍ୟ ଭାବେ ଅସୀମ ଅମିତାଭ ଦାଶ କାର୍ଯ୍ୟ କରୁଛନ୍ତି ।

Also Read

ଅନ୍ୟପଟେ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ଷ ବର୍ଷ ଧରି ହଜାର ହଜାର ମାମଲା କମିଶନଙ୍କ ପାଖରେ ପଡ଼ିରହିଛି । ପ୍ରତିମାସରେ ମାନବାଧିକାର ଉଲ୍ଲଘଂନର ହାରାହାରି ପ୍ରାୟ ୨୦୦ରୁ ୪୦୦ମାମଲା ମାନବାଧିକାର କମିଶନଙ୍କ ପାଖରେ ପଞ୍ଜିକରଣ ହେଉଛି । କିନ୍ତୁ ବର୍ଷ ବର୍ଷ ଧରି ବକେୟା ମାମଲା ଯୋଗୁ ଅନେକ ଲୋକେ ନ୍ୟାୟ ପାଇବାରେ ସକ୍ଷମ ହେଉନାହାନ୍ତି । ୨୦୨୩ ମସିହା ଜାନୁୟାରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ମୋଟ୍ ୨୭୦୧ଟି ମାନବାଧିକାର ଉଲ୍ଲଘଂନ ମାମଲା କମିଶନଙ୍କ ନିକଟରେ ପଞ୍ଜିକରଣ ହୋଇଛି । ଏହି ଅବଧି ମଧ୍ୟରେ କମିଶନ ମୋଟ ୩୪୨୭ଟି ମାମଲାର ବିଚାର କରିଛନ୍ତି । ସେଥିରୁ ସର୍ବାଧିକ ୨୨୦୮ଟି ମାମଲା ବିଚାରଯୋଗ୍ୟ ନୁହେଁ ଦର୍ଶାଇ ଖାରଜ କରିଦେଇଥିବାବେଳେ କୌଣସି ରାୟ/ନିର୍ଦ୍ଦେଶ ନଦେଇ ୫୯୬ଟି ମାମଲାକୁ ବନ୍ଦ କରିଛନ୍ତି । ଆଉ ଏହି ଅବଧି ମଧ୍ୟରେ ୬୨୩ଟି ମାମଲାରେ କମିଶନ ନିଜର ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଚଳିତ ନଭେମ୍ବର ମାସରେ ଆଜିସୁଦ୍ଧା ମୋଟ ୧୩୦ଟି ମାମଲା କମିଶନଙ୍କ ପାଖରେ ପଞ୍ଜିକୃତ ହୋଇଛି ।

ସେହିପରି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ମୋଟ ୭୨୨୪ଟି ମାମଲା କମିଶନଙ୍କ ପାଖରେ ବିଚାରାଧୀନ ରହିଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ଏହି ମାମଲା ସଂଖ୍ୟା ୧୧୬୬୮ ଥିଲା ବୋଲି କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story