Advertisment

ଏବେ ବଢ଼ିବନି ବାର୍ଦ୍ଧକ୍ୟ-ବିଧବା ଭତ୍ତା, ରୋକ୍‌ଠୋକ୍ ମନା କଲେ ସରକାର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧୁବାବୁ ପେନସନ ଯୋଜନାରେ ୪ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Old age

Old age

ରାଜ୍ୟରେ ଗରିବ ଲୋକମାନଙ୍କୁ ମିଳୁଥିବା ମାସିକ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାର ପରିମାଣ ଏବେ ବଢ଼ିବାର ସମ୍ଭାବନା ନାହିଁ । ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏହି ସାମାଜିକ ସୁରକ୍ଷା ଭତ୍ତା ପରିମାଣ ଅପେକ୍ଷାକୃତ ଅଧିକ ଥିଲେ ମଧ୍ୟ ଓଡ଼ିଶା ସରକାରଙ୍କର ଏହି ମାସିକ ଭତ୍ତା ବଢ଼ାଇବାର ଏବେ କୌଣସି ଯୋଜନା ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।

Advertisment

ଆଜି ବିଧାନସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ,  ପଡ଼ୋଶୀ ରାଜ୍ୟରେ କିଏ କେତେ ଭତ୍ତା ପାଉଛି ତା’ର ହିସାବ ତାଙ୍କ ବିଭାଗ ପାଖରେ ନାହିଁ । ରାଜ୍ୟରେ ଏବେ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ୫୦୦,୭୦୦ ଓ ୯୦୦ଟଙ୍କାର ଭତ୍ତା ପ୍ରଦାନ କରାଯାଉଛି । ଏହି ମାସିକ ଭତ୍ତା ପରିମାଣ ବୃଦ୍ଧି କରିବାର ଯୋଜନା ଏବେ ରାଜ୍ୟ ସରକାରଙ୍କର ନାହିଁ ।

ଓଡ଼ିଶାରେ ଏବେ ମୋଟ ୫୩ଲକ୍ଷ ୮ହଜାର ୯୬୭ଜଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ୨୦ଲକ୍ଷ ୩୩ହଜାର ୯୫୯ଜଣଙ୍କୁ ଭତ୍ତା ଦିଆଯାଉଥିବାବେଳେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୩୨ଲକ୍ଷ ୭୫ହଜାର ୮ଜଣଙ୍କୁ ଭତ୍ତା ଦିଆଯାଉଛି । ଚଳିତବର୍ଷ କେବଳ ମଧୁବାବୁ ପେନସନରେ ୪ଲକ୍ଷ ୧୩ହଜାର ୮୧୩ଜଣଙ୍କୁ ସାମିଲ କରାଯାଇଛି । ମୋଟ ଭତ୍ତାଧାରୀଙ୍କ ମଧ୍ୟରୁ ୧୯ଲକ୍ଷ ୮୯ହଜାର ୬୧ଜଣଙ୍କୁ ଡିବିଟି ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରେ ଏହି ଭତ୍ତା ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି।

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧୁବାବୁ ପେନସନ ଯୋଜନାରେ ୪ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଗରିବ ଲୋକଙ୍କୁ ମାସିକ ଭତ୍ତା ସର୍ବନିମ୍ନ ୧ହଜାର ଟଙ୍କାରୁ ସର୍ବାଧିକ ୨୫୦୦ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଥିବା ଜଣାପଡ଼ିଛି ।

Odisha Naveen Patnaik Pension