Advertisment

୫ ମାସ ହେଲା ମିଳିନି ଭତ୍ତା, ଔଷଧ କିଣି ପାରୁନାହାନ୍ତି ହିତାଧିକାରୀ

ଯେଉଁମାନେ ଭତ୍ତା ଟଙ୍କା ପାଇଲେ ଔଷଧ କିଣିଥାନ୍ତେ ସେମାନେ ଭତ୍ତା ଟଙ୍କା ନ ପାଇବାରୁ ଔଷଧ ମଧ୍ୟ କିଣିପାରୁ ନାହାନ୍ତି। ଅନେକ ‍ବୃଦ୍ଧବୃଦ୍ଧାଙ୍କୁ ଭଲରେ ବାଟ ଦେଖା ଯାଉନି।

author-image
Ordigital Desk
ଅଦ୍ୟତନ ହୋଇଛି
Old age people met the sub collector for allowance

Old age people met the sub collector for allowance

‘ଦୁଇ ମାସ ହେବ ଭତ୍ତା ପାଇନୁ ବାବୁ। ଭତ୍ତା ପାଇଲେ ଔଷଧ କିଣିଥାନ୍ତି। ପଞ୍ଚାୟତ ଅଫିସକୁ ଯାଇ ଯାଇ ହତାଶ ହେଲୁଣି। ହେଲେ ଗୁହାରି କଲେ ବି ଶୁଣୁନାହାନ୍ତି କେହି।’ ସାମ୍ବାଦିକଙ୍କୁ ଏଭଳି କହିଛନ୍ତି ଭତ୍ତା ନପାଇ ବାରମ୍ବାର ପଞ୍ଚାୟତ ଅଫିସରୁ ଫେରୁଥିବା ଜଣେ ବୃଦ୍ଧା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ମହାସିଂଙ୍ଗ ପଞ୍ଚାୟତରେ।

Advertisment

ମାସ ମାସ ଧରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମିଳିନାହିଁ। କାହାକୁ ୫ ମାସ ହେବ ବିଧବା ଭତ୍ତା ମିଳିନି ତ ଆହୁ କାହାକୁ ୨ ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ମିଳିନି। ଭତ୍ତା ଟଙ୍କା ନମିଳିବାରୁ ଅନେକ ବୃଦ୍ଧବୃଦ୍ଧା ହଇରାଣ ହେଲେଣି। ପଞ୍ଚାୟତ ଓ ବ୍ୟାଙ୍କକୁ ଯାଇ ଯାଇ ଅନେକ ବୃଦ୍ଧବୃଦ୍ଧା ନିରାଶ ହୋଇ ଫେରୁଛନ୍ତି। ବ୍ୟାଙ୍କକୁ ଯାଇ ପଚାରିଲେ ଖାତାରେ ଟଙ୍କା ଚଢ଼ି ନାହିଁ ବୋଲି କହୁଛନ୍ତି। ଅଭାବୀ ପରିବାର ଭିତରେ ଭତ୍ତା ଟଙ୍କାକୁ ସମସ୍ତେ ଆଶା କରିଥାନ୍ତି। ହେଲେ ସେଥିରୁ ନିରାଶ ହେବାକୁ ପଡୁଛି।

ଯେଉଁମାନେ ଭତ୍ତା ଟଙ୍କା ପାଇଲେ ଔଷଧ କିଣିଥାନ୍ତେ ସେମାନେ ଭତ୍ତା ଟଙ୍କା ନ ପାଇବାରୁ ଔଷଧ କିଣିପାରୁ ନାହାନ୍ତି। ଅନେକ ‍ବୃଦ୍ଧବୃଦ୍ଧାଙ୍କୁ ଭଲରେ ବାଟ ଦେଖା ଯାଉନି। ହେଲେ ବି ଭତ୍ତା ପାଇଁ କାହାକୁ ଆଶ୍ରା କରି ଆସୁଛନ୍ତି। ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ନମିଳିବା ପରେ ବାଧ୍ୟ ହୋଇ ବିଧବା ଓ ବାର୍ଦ୍ଧକ୍ୟ ହିତାଧିକରୀ ବାଲିଗୁଡ଼ା ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisment

ଏସମ୍ପର୍କରେ ପଚାରିବାରୁ ହିତାଧିକାରୀ କିଭଳି ବକେୟା ଭତ୍ତା ଟଙ୍କା ପାଇବେ। ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। 

Odisha Kandhamal