Advertisment

ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ, ଦର୍ଶନ ପରେ ହଜିଗଲେ

ପୁରୀରେ ଯୁବକ ମାନେ ବହୁ ଖୋଜାଖୋଜି କରିବା ପରେ ଚୈତନ୍ୟଙ୍କ ପତା ମିଳିନଥିଲା

author-image
Biswajit Samal
ଅଦ୍ୟତନ ହୋଇଛି
Missing

Missing

ଜଗା ଦର୍ଶନ କରାଇବାକୁ ନେଇଥିଲେ ଗାଁର ଯୁବକ। ହେଲେ ବଡ଼ଦାଣ୍ଡରେ ନିଖୋଜ ହୋଇଗଲେ ବୃଦ୍ଧ। ୪ ଦିନ ହେବ ବୃଦ୍ଧଙ୍କର କୌଣସି ପତ୍ତା ମିଳୁନାହିଁ। ଚିନ୍ତାରେ ପରିବାର ଲୋକ।

Advertisment

ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଚିଲିପଦା ଗାଁରେ। ମଙ୍ଗଳବାର ସକାଳୁ ଗାଁର କିଛି ଯୁବକ ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ବୃନ୍ଧଙ୍କୁ ବସ ଯୋଗେ ଜଗା ଦର୍ଶନ ପାଇଁ ପୁରୀ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଭଲରେ ଭଲରେ ଜଗା ଦର୍ଶନ କାରିଥିଲେ ଓ ଅଭଡ଼ା ଖାଇଥିଇଲେ। ଦିନ ଦୁଇଟା ପରେ ଦର୍ଶନ ସାରି ଶ୍ରୀମନ୍ଦିରରୁ ବାହାରକୁ ଆସିଥିଲେ ସମସ୍ଥ ବୃନ୍ଧ। ହେଲେ ଚିଲିପଦା ଗାଁର ୭୫ ବର୍ଷୀୟ ବୃଦ୍ଧ ଚୈତନ୍ୟ ନାୟକ ନଥିଲେ। ତେବ ବୁଲାଇ ବାକୁ ନେଇଥିବା ଯୁବକ ମାନେ ବହୁ ଖୋଜାଖୋଜି କରିବା ପରେ ଚୈତନ୍ୟଙ୍କ ପତା ମିଳିନଥିଲା। ସେଦିନ ରାତିରେ ତାଙ୍କ ଘରକୁ ଫୋନ୍ କରି ଜଣାଇବା ପରେ ନିରାଶ ହୋଇ ଗାଁକୁ ଫେରିଥିଲେ ସମସ୍ଥ ଲୋକ।

ଏକଥା ଘର ଲୋକ ଯାଣିବା ପରେ ତାଙ୍କ ଅକଲ ଗୁଡ଼ୁମ ହୋଇଗଲା। କ’ଣ କରିବେ ଯାଣି ପାରିଲେ ନାହିଁ। ବୁଧବାର ସକାଳୁ ଚୈତନ୍ୟଙ୍କ ବଡ଼ପୁଅ ପୁରୀ ଯାଇ ଚୈତନ୍ୟଙ୍କୁ ବହୁ ଖୋଜାଖୋଜି କରିବା ପରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜକୁ ଚାରିଦିନ ହୋଇ ଗଲେବି ବାପାଙ୍କର କୌଣସି ପତ୍ତା ମିଳୁ ନାହିଁ ବୋଲି ତାଙ୍କ ଚୈତନ୍ୟଙ୍କ ପୁଅ କହିଛନ୍ତି। ଏହାକୁ ନେଇ ଚିନ୍ତାରେ ସାରା ପରିବାର। ଘରେ ରୋଷେଇବାସ ବନ୍ଦ। ଦୁଖଃ ରେ ଭାଙ୍ଗିପଡ଼ିଛନ୍ତି ଚୈତନ୍ୟଙ୍କ ପରିବାର ଲୋକେ।

Advertisment

ଚୈତନ୍ୟଙ୍କସ୍ତ୍ରୀ ଶାନ୍ତିଲତା କାନ୍ଦି କାନ୍ଦି କହୁଛନ୍ତି, ୭୫ ବର୍ଷର ବୃଦ୍ଧକୁ ଏମାନେ ଛାଡ଼ିଦେଇ ଆସିଲେ। ସେ କେମତି ରହୁଥିବେ କ’ଣ ଖାଉଥିବେ। ଆମେ ରାତି ୮ଟାରେ ଜାଣିଲୁ। ମୁଁ ପ୍ରଭୁ ଚଗନ୍ନାଥଙ୍କୁ ଡାକୁଛି ତାଙ୍କୁ ଭଲରେ ଭଲରେ ଫେରାଇ ଆଣନ୍ତୁ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ୍

Puri Shreemandir Missing