Advertisment

୪୬ ବର୍ଷର ଆଇନଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଛେଦ, ବୃଦ୍ଧା ପାଇବେ ମୃତ ସ୍ୱାମୀଙ୍କ ପେନସନ୍‌

ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ । ଆସନ୍ତା ୨ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

author-image
Niharika Rout
Old Lady

Old Lady

ଦୀର୍ଘ ୪୬ ବର୍ଷ ଧରି ଚାଲିଥିଲା ଆଇନଗତ ଲଢ଼େଇରେ ପଡ଼ିଛି ପୂର୍ଣ୍ଣଛେଦ । ନିଜ ପରିଣତ ବୟସରେ ବିଜୟର ସ୍ୱାଦ ଚାଖିଛନ୍ତି ୯୧ ବର୍ଷୀୟା ବୃଦ୍ଧା ହାରା ସାହୁ । । ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ । ଆସନ୍ତା ୨ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ କନ୍ଦରପୁର ଗାଁର ହାରା ସାହୁରେ ଘଟିଛି । ଆଉ ବିଜୟର ସ୍ୱାଦ ଚାଖିଥିବା ବୃଦ୍ଧା ହେଉଛନ୍ତି ବେଣୁଧର ସାହୁଙ୍କ ପତ୍ନୀ ହାରା ସାହୁ ।

Advertisment

୧୯୭୧ ମସିହା ନଭେମ୍ବର ୧ ତାରିଖରେ ହାରାଙ୍କ ସ୍ୱାମୀ ବେଣୁଧର ସାହୁ ଦୁହୁରିଆ ରତ୍ନାକର ମାଇନର ସ୍କୁଲରେ ଶିକ୍ଷକତା ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । କିନ୍ତୁ ୧୯୭୭ ମସିହା ଅଗଷ୍ଟ ୨୬ ତାରିଖରେ ଅସୁସ୍ଥତାବଶତଃ ହେତୁ ସେ ଆଖି ବୁଜିଥିଲେ। ସ୍ୱାମୀଙ୍କ ଅକାଳ ବିୟୋଗ ପରେ ହାରା ସମ୍ପୂର୍ଣ ଭାଙ୍ଗି ପଡିଥିଲେ।

ନିଜର ଏକମାତ୍ର ପୁଅକୁ ଧରି ଅସହାୟ ହାରା ସ୍ଵାମୀଙ୍କ ପେନସନ୍ ପାଇଁ ବାରମ୍ବାର ପ୍ରଶାସନର ଦ୍ଵାରସ୍ତ ହୋଇଥିଲେ। କିନ୍ତୁ ସବୁଆଡୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଏମିତି ପରିସ୍ଥିତିରେ ଆଇନଗତ ଲଢେଇ ପାଇଁ ତାଙ୍କର ସମ୍ବଳ ନ ଥିଲା । ଶେଷରେ ଭାଗ୍ୟକୁ ଆଦରି ପଡି ରହିବା ସହ ଅଭାବ ଅନଟନ ଭିତରେ ପୁଅକୁ ମଣିଷ କରିଥିଲେ ।

Advertisment

ପୁର୍ନବାର ଗତ ବର୍ଷ ହାରା ନିଜ ସ୍ୱାମୀଙ୍କ ପେନସନ୍‌ ପାଇବା ପାଇଁ ଅଦାଲତର ଆଶ୍ରୟ ନେଇଥିଲେ । ଉଚ୍ଚନ୍ୟାୟାଳୟ ଏହି ମାମାଲାର ବିଚାର କରି ହାରାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ହାରା ସାହୁଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରି ସେ ପେନସନ୍‌ ପାଇବା ପାଇଁ ହକଦାର ବୋଲି କହିଛନ୍ତି ଉଚ୍ଚ ନ୍ୟାୟଳୟ । ଏଥିସହ ହାରାଙ୍କୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଦିନଠାରୁ ଆଜି ପର୍ଯ୍ୟନ୍ତ ପେନସନ୍ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ହାରା ସାହୁଙ୍କୁ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ହାଇକୋର୍ଟ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ  ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଖବର ପାଇବା ପରେ ହାରାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଏନେଇ ହାରାଙ୍କ ପୁଅ ଅଲେଖ ଚନ୍ଦ୍ର ସାହୁ କହିଛନ୍ତି, ବାପା ମରିଯିବା ପରେ ପେନସନ ପାଇଁ ବହୁତ ଚେଷ୍ଟା କରିଥିଲୁ। କିନ୍ତୁ ତାହା ସମ୍ଭବପର ହୋଇ ପାରି ନ ଥିଲା। ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲୁ। ଦୀର୍ଘ ୪୬ ବର୍ଷର ଆଇନଗତ ଲଢ଼େଇ ପରେ ଏବେ ପେନସନ୍‌ ପାଇବୁ ବୋଲି ରାୟ ପ୍ରକାଶ ପାଇଛି। ଏଥିପାଇଁ ଆମ ପରିବାରର ସମସ୍ତେ ଖୁବ୍‌ ଖୁସି ଅଛୁ।

Kendrapada