ହାତୀ ଘଉଡ଼ାଇବା ପାଇଁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଫୁଲ୍ଲ ସାହୁ।
ଜମିରେ ପଶି ହାତୀ ଧାନ ଫସଲ ନଷ୍ଟ କରୁଥିବା ପ୍ରଫୁଲ୍ଲ କୌଣସି ସୂତ୍ରରୁ ଖବର ପାଇଥିଲେ। ଗତକାଲି ରାତିରେ ପ୍ରଫୁଲ୍ଲ ବିଲକୁ ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ। ଏହି ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ଘଟିଥିଲା।
Also Read
ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ପୁଲିସ ଓ ବନ ବିଭାଗ ପହଞ୍ଚି ବୁଝାସୁଝା କରିବା ସହ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭରତପୁର ଥାନା ହାଜତରେ ନିର୍ଯାତନା ଘଟଣା: ୨୪ ଘଣ୍ଟିଆ ହେଲପଲାଇନ୍ ଜାରି କଲା ଭାରତୀୟ ସେନା
ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ୨୪ଘଣ୍ଟିଆ ଏକ ହେଲପଲାଇନ୍ ନମ୍ବର ଜାରି ହୋଇଛି।
Miscellaneous
ପ୍ରବାସୀ ଭାରତୀୟ ଦିବସକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ଆୟୋଜିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମଙ୍ଗଳବାର ନୂଆଦିଲ୍ଲୀରେ ୱେବ୍ସାଇଟ୍ ଉନ୍ମୋଚନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Miscellaneous
ସୁଭଦ୍ରା: ଆବେଦନ ୧.୦୩ କୋଟି ଟପିଲା, ତୃତୀୟ ପର୍ଯ୍ୟାୟରେ ଆଉ ୨୦ଲକ୍ଷଙ୍କୁ ମିଳିବ
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତା ୨୪ତାରିଖରେ ୨୦ଲକ୍ଷ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
Miscellaneous
ଥାନାରେ ପ୍ରତିରକ୍ଷା କର୍ମଚାରୀଙ୍କୁ କିପରି ବ୍ୟବହାର କରାଯିବ? ଆସିଲା ଏସ୍ଓପି
SOP ଅନୁସାରେ କୌଣସି ଥାନାକୁ କିମ୍ବା ଫାଣ୍ଡିକୁ ପ୍ରତିରକ୍ଷା କର୍ମଚାରୀ ଅଭିଯୋଗ ନେଇ ଆସିଲେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କ ଅଭିଯୋଗ ଶୁଣିବେ। ଆଇନ୍ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ।
Miscellaneous
୨୦୨୫ କ୍ୟାଲେଣ୍ଡର ବର୍ଷରେ ରାଜ୍ୟ କର୍ମଚାରୀଙ୍କୁ ମିଳିବ ୨୬ ସରକାରୀ ଛୁଟି ଓ ୮ ଇଚ୍ଛାଧୀନ ଛୁଟି
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୫ ମସିହା ପାଇଁ ଜାରି ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ପ୍ରଯୁଜ୍ୟ ।