Advertisment

ହାତୀ ଘଉଡ଼ାଇବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

Elephant attack

Elephant attack

Advertisment

ହାତୀ ଘଉଡ଼ାଇବା ପାଇଁ ଯାଇଥିବାବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଫୁଲ୍ଲ ସାହୁ।

Advertisment

ଜମିରେ ପଶି ହାତୀ ଧାନ ଫସଲ ନଷ୍ଟ କରୁଥିବା ପ୍ରଫୁଲ୍ଲ କୌଣସି ସୂତ୍ରରୁ ଖବର ପାଇଥିଲେ। ଗତକାଲି ରାତିରେ ପ୍ରଫୁଲ୍ଲ ବିଲକୁ ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ। ଏହି ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ଘଟିଥିଲା।

ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ପୁଲିସ ଓ ବନ ବିଭାଗ ପହଞ୍ଚି ବୁଝାସୁଝା କରିବା ସହ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।

Advertisment
Anugul Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe