Advertisment

ଦୁର୍ଗନ୍ଧ ଘିଅ ଯୋଗାଇଥିଲା, ସତ ମାନିଲା ଓମ୍‌ଫେଡ୍‌

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ। ପ୍ରଭୁଙ୍କ ପାଖରେ ଦୁର୍ଗନ୍ଧ ଯୁକ୍ତ ପଚା ଘିଅ ବ୍ୟବହାର ହେଉଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିଲା।

author-image
Manoranjan Sial
Baladev Jew Temple

Baladev Jew Temple

ସତ ମାନିଲା ଓମ୍‌ଫେଡ୍‌। ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିରକୁ ଦୁର୍ଗନ୍ଧ ଘିଅ ଯୋଗାଇଥିବା ସ୍ୱୀକାର କରିଛି। ଆଗାମୀ ଦିନରେ ଏପରି ଭୁଲ୍‌ ହେବନାହିଁ ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି।

Advertisment

ଓମ୍‌ଫେଡ ମାର୍କେଟିଂ ଇନ୍‌ଚାର୍ଜ ଲିଙ୍ଗରାଜ ପରିଡ଼ା ଜାରି କରିଥିବା ଚିଠିରେ ଦର୍ଶାଯାଇଛି, ଅଭିଯୋଗ ପାଇ ଶ୍ରୀ ବଳଦେବ ଜୀଉ ମନ୍ଦିରରେ ପହଞ୍ଚି ଘିଅକୁ ଯାଞ୍ଚ କରିଥିଲି। ଆଉ ଲପଲବ୍ଧ କଲି ଯେ ଘିଅରୁ ସାମାନ୍ୟ ଗନ୍ଧ ବାହାରୁଛି। ତେଣୁ ଏ ବିଷୟରେ ଜାଣିବା ପାଇଁ ତିର୍ତ୍ତୋଲ ସ୍ଥିତ ପରୀକ୍ଷାଗାର ସହ ଯୋଗାଯୋଗ କରି ଅବଗତ ହେଲି ଯେ ଉକ୍ତ ବ୍ୟାଚ୍‌ରେ ତିଆରି ହୋଇଥିବା ଘିଅରେ ଆଦ୍ରତା ରହିଥିବାରୁ ସାମାନ୍ୟ ଗନ୍ଧ ବାହାରୁଛି। ଏଥିପାଇଁ ଆମେ ଦୁଃଖ। ତେଣୁ ତୁରନ୍ତ ଉକ୍ତ ଘିଅକୁ ଫେରସ୍ତ କରି ନୂତନ ଭାବେ ତିଆରି ହୋଇଥିବା ଘିଅ ପ୍ରେରଣ କରିବାକୁ ପ୍ରତିଶ୍ରୁତି ଦେଉଛୁ। ଆଗାମୀ ଦିନରେ ଏଥିପ୍ରତି ଯତ୍ନବାନ ହେବୁ ବୋଲି ଚିଠିରେ ଲେଖାଯାଇଛି।

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ। ପ୍ରଭୁଙ୍କ ପାଖରେ ଦୁର୍ଗନ୍ଧ ଯୁକ୍ତ ପଚା ଘିଅ ବ୍ୟବହାର ହେଉଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିଲା। ଏହି ଘିଅକୁ ଠାକୁରଙ୍କ ପାଖରେ ଲାଗି କରିବେ ନାହିଁ ବୋଲି ଶୁକ୍ରବାର ରାତିରେ ସେବାୟତମାନେ ଅଡି ବସିଥିଲେ। ଯେଉଁଥିପାଇଁ କିଛି ଘଣ୍ଟା ପାଇଁ ନୀତି କାନ୍ତିରେ ବିଳମ୍ବ ଦେଖାଦେଇଥିଲା। ପରେ ମନ୍ଦିର ପ୍ରଶାସନ ତରଫରୁ ନୂଆ ଘିଅ ଯୋଗାଇ ଦିଆଯିବା ପରେ ରାତି ପ୍ରାୟ ୯ଟା ବେଳେ ରାତ୍ରଧୂପ ବଢ଼ିଥିଲା।

Advertisment

ଅନ୍ୟପକ୍ଷରେ ଘିଅର ପ୍ରସ୍ତୁତି ତାରିଖ ଓ ବ୍ୟବହାର ଅବଧି, ବ୍ୟାଚ୍‌ ନମ୍ବର ଆଦି ସମ୍ପର୍କରେ କୌଣସି ତଥ୍ୟ ରହୁନଥିବାରୁ ବିବାଦ ସୃଷ୍ଟି ହୋଇଛି। ମିଳିଥିବା ତଥ୍ୟ ଅନୁସାରେ, ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ ଯୋଗାଇ ଦିଆଯାଉଛି ଓମ୍‌ଫେଡ୍‌।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapara Shri Baladevjew Temple