Advertisment

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ ଓ ଆଲମିରା

ନୀତି ନିର୍ଘଣ୍ଟ ଅନୁସାରେ ୨୩ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହି ସମୟରେ ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁମାନେ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ପ୍ରବେଶ କରିବେ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri Temple

Puri Temple

ଆସନ୍ତା ୨୩ ତାରିଖରେ ମହାପ୍ରଭୁଙ୍କ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡ଼ିକ ସ୍ଥାନାନ୍ତରଣ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗ ଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ହେବ। ଖାଲି ଆଲମିରା ଓ ସିନ୍ଦୁକ ଗୁଡିକୁ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍‌ରେ ସୁରକ୍ଷିତ ରଖାଯିବ। ତେଣୁ ସେହି ଦିନ ଯେମିତି ଶ୍ରୀଜୀଉଙ୍କ ନୀତିକାନ୍ତିରେ ବ୍ୟାଘାତ ନଘଟିବ, ସେଥିପାଇଁ ଆବଶ୍ୟକ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

Advertisment

ନୀତି ନିର୍ଘଣ୍ଟ ଅନୁସାରେ ୨୩ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହି ସମୟରେ ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁମାନେ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ପ୍ରବେଶ କରିବେ। ସେଠାରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ।

ପ୍ରକାଶ ଥାଉକି, ଜୁଲାଇ ୧୪ ଓ ୧୮ ତାରିଖ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ମୂଲ୍ୟବାନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଥିଲା। ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ବାହାର ଓ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ ବିଶେଷଜ୍ଞ ଟିମ୍‌। ଏହା ପରେ ଏଏସ୍‌ଆଇ ଟିମ୍‌ ମରାମତି କାମ କରିବ। ମରାମତି କାମ ସରିବା ପରେ ଏଏସ୍‌ଆଇ ରତ୍ନଭଣ୍ଡାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ତା’ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁ ବାହାର ଓ ଭିତର ରତ୍ନଭଣ୍ଡରକୁ ସ୍ଥାନାନ୍ତର ହେବ। ତା’ପରେ ସେଠାରେ ଗଣତି ଓ ମଣତି କରାଯିବ ବୋଲି ଜଣାପଡ଼ିଛି।

Advertisment
Puri Ratna Bhandar