Advertisment

୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ

ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
liquor

liquor

ଜାନୁଆରୀ ୧୭ (ଆସନ୍ତାକାଲି) ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ ରହିବ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। 
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ସେଥିପାଇଁ ପୂର୍ବରୁ ସରକାର ଆସନ୍ତାକାଲି ସମସ୍ତ ସରକାରୀ ସ୍କୁଲ୍ ଓ ଅଫିସ୍‌କୁ ଛୁଟି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୨୨ ତାରିଖ ଦିନ ମଧ୍ୟ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଛନ୍ତି। 

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଓ ୨୨ ତାରିଖରେ ମଦ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୨୨ରେ କୋରାପୁଟ ଜିଲ୍ଲାରେ ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ।

Advertisment

ଭିଡିଓ ବାର୍ତ୍ତା ଜାରି କରି ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତା୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ସମଗ୍ର ଭାରତ ବର୍ଷ ଏକ ଉତ୍ସବ ରୂପେ ପାଳନ କରୁଛି। ଏପରି ଉତ୍ସବକୁ ଆମେ ସ୍ୱାଗତ କରୁଛୁ। ସେ ଦିନ ଜୟପୁରରେ ଶୋଭାଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାର ରହିଛି। ତେଣୁ ସେହି ଦିନ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି। 

ସୂଚନାଯୋଗ୍ୟ, ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ସେହି ଦିନ ଉତ୍ତର ପ୍ରଦେଶରେ ସମସ୍ତ ସ୍କୁଲ୍‌, କଲେଜ ଛୁଟି ରହିବ। ସେହିପରି ସେହିଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।