ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ: ‘ଫାଇଭ-ଟି’ ରୂପାନ୍ତରଣ ପ୍ରସଙ୍ଗ ଗାଏବ

ଗତ ଫେବୃୟାରୀ ମାସରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ଏବଂ ବିଭିନ୍ନ ବୈଠକରେ ଫାଇଭ-ଟି କାର୍ଯ୍ୟକ୍ରମ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଆଜି ଜିଲ୍ଲାପାଳଙ୍କ ବୈଠକରେ ଏହା ସ୍ଥାନ ନପାଇବାକୁ ନେଇ ପାୱାର କରିଡରରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।

Collector

ଜିଲ୍ଲାପାଳ ସମ୍ମିଳନୀ

Ordigital Desk
  • Published: Tuesday, 12 September 2023
  • Updated: 12 September 2023, 10:25 PM IST

Sports

Latest News

ପ୍ରାୟ ୭ ମାସ ବ୍ୟବଧାନରେ ଆଜି ଭୁବନେଶ୍ୱରର ଖାରବେଳ ଭବନଠାରେ ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅନୁପସ୍ଥିତିରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଲ୍ଲାପାଳମାନଙ୍କ ବୈଠକରେ ‘ଫାଇଭ-ଟି’ ପଦକ୍ଷେପ ଓ ରୂପାନ୍ତରଣ ପ୍ରସଙ୍ଗ ଗାଏବ ରହିଥିବା ଜଣାପଡ଼ିଛି । ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳମାନଙ୍କ ସମ୍ମିଳନୀକୁ ବେଶ୍ ଗୁରୁତ୍ୱ ଦିଆଯାଉଥିବାବେଳେ ଗତ କିଛିମାସ ମଧ୍ୟରେ ପ୍ରଥମଥର ପାଇଁ ସରକାରଙ୍କ ବହୁଳ ପ୍ରଚାରିତ ‘ଫାଇଭ-ଟି’ ଓ ‘ମୋ ସରକାର’ପଦକ୍ଷେପ ଆଜିର ଜିଲ୍ଲାପାଳ ସମ୍ମିଳନୀର ଏଜେଣ୍ଡାରେ ସାମିଲ ହୋଇନଥିବା ରାଜ୍ୟ ସରକାରଙ୍କ ପ୍ରେସ୍ ରିଲିଜରୁ ଜଣାପଡ଼ିଛି । ତେବେ ଗତ ଫେବୃୟାରୀ ମାସରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ଏବଂ ବିଭିନ୍ନ ବୈଠକରେ ଫାଇଭ-ଟି କାର୍ଯ୍ୟକ୍ରମ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଆଜି ଜିଲ୍ଲାପାଳଙ୍କ ବୈଠକରେ ଏହା ସ୍ଥାନ ନପାଇବାକୁ ନେଇ ପାୱାର କରିଡରରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।

ମୁଖ୍ୟ ସଚିବଙ୍କ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଆଜି ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀରେ ଅନ୍ୟ ବିଭାଗଗୁଡ଼ିକର ସଚିବ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା, ମୋ ଘର ଓ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ହେବା ସହ ମୋ ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନାରେ ଆମ ବସଷ୍ଟାଣ୍ଡ ନିର୍ମାଣର ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଫସଲ ପାଣିପାଗ ସମ୍ପର୍କିତ ଆପଦକାଳୀନ ଯୋଜନା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଡିଏମଏଫ ଓ ଓଏମବିଏଡିସି ପାଣ୍ଠିର ବ୍ୟବହାରରେ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ଜିଲ୍ଲାପାଳ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିଲା ।

ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସ୍ଥିତି ସମ୍ପକରେ ସମୀକ୍ଷା କରି ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାର ଅନେକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇଛନ୍ତି । ସେସବୁର ତ୍ୱରିତ୍ କାର୍ଯ୍ୟକାରିତା ଉପରେ ସେ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ବିଭିନ୍ନ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ଓ ଜିଲ୍ଲାଗୁଡ଼ିକ ଟିମ୍ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

Also Read

ସେହିପରି ପଂଚାୟତିରାଜ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ନିୟମିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ମୋ ଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଗୃହ ନିର୍ମାଣ ଯୋଜନାର ସ୍ଥିତି ସମୀକ୍ଷା କରିଥିଲେ । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ନଥି୍‌ବା ପଂଚାୟତଗୁଡ଼ିକରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଗ୍ରାମାଂଚଳରେ ଲୋକମାନେ ନିଜ ଘର ପାଖରେ ବ୍ୟାଙ୍କିଙ୍ଗ ସେବାର ଲାଭ କିଭଳି ପାଇବେ ତା’ଉପରେ ଗୁରୁତ୍ୱ ଦେଇଥିଲେ । ପରିବହନ ସଚିବ ଉଷା ପାଢ଼ୀ ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ଆମ ବସଷ୍ଟାଣ୍ଡ ନିର୍ମାଣ ଓ ଏହାର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ବସଷ୍ଟାଣ୍ଡ ପ୍ରତିଷ୍ଠା ହୋଇଥିବାବେଳେ ୧୨୪ଟି ନିର୍ମାଣାଧୀନ ରହିଛି ।

ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଆମ ବସଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ଓ ନିୟମିତ କାର୍ଯ୍ୟକାରିତା ଦିଗରେ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି ସଚିବ ଅରବିନ୍ଦ ପାଢ଼ୀ ଚଳିତ ଖରିଫ ଋତୁରେ ଫସଲ ପାଣିପାଗ ସ୍ଥିତି ଓ ଆପଦକାଳୀନ ଯୋଜନା ଓ ରବି ଚାଷ ପାଇଁ ପ୍ରସ୍ତୁତି ସହ ମିଲେଟ୍ ମିଶନ କାର୍ଯ୍ୟକଳାପ ସମ୍ପର୍କରେ ଉପସ୍ଥାପନ କରିଥିଲେ । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ରାଜ୍ୟରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଦ୍ରୁତ ବିଦ୍ୟୁତିକରଣ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହିତ ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୌଳିକ ସୁବିଧାସୁଯୋଗ ଓ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଡିଏମଏଫ ଓ ଓଏମଏଡିସି ପାଣ୍ଠିର ଉପଯୋଗ ଉପରେ ଆଜିର ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ କେଉଁ କାରଣରୁ ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ ‘ଫାଇଭ-ଟି’  ଓ ‘ମୋ ସରକାର’ ପଦକ୍ଷେପ ଆଜିର ଏଜେଣ୍ଡାରୁ ବାଦ୍ ପଡ଼ିଥିଲା ତାହା ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story