Village people
ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପାଟଣାଗଡ଼ ଉପଖଣ୍ଡ ବେଳପଡ଼ା ବ୍ଲକ ମୁଣ୍ଡୋଦହ ଗାଁରେ। ମୃତକ ହେଉଛି ରୂପାନନ୍ଦ ଭୋଇ।
ମୁଣ୍ଡୋଦହ ଗାଁରେ ଗୋଟିଏ ସପ୍ତାହ ଧରି ଝାଡ଼ାବାନ୍ତି ଲାଗିରହିଛି। ଏଥିରେ ଗାଁର ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କିଛିଦିନ ହେବ ରୂପାନନ୍ଦ ଭୋଇ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ୬ ଜଣ ପାଟଣାଗଡ଼ ମେଡିକାଲରେ ଚିକିତ୍ସତ ହେଉଥିବା ବେଳେ ଜଣେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସତ ହେଉଛନ୍ତି। ଅନ୍ୟ ଆକ୍ରାନ୍ତ ମାନଙ୍କୁ ସ୍ୱାସ୍ଥ ବିଭାଗ ପକ୍ଷରୁ ଗାଁ ଚିକିତ୍ସା କରାଯାଉଛି।
ତେବେ ଝାଡ଼ାବାନ୍ତି ହେବାର ପ୍ରକୃତ କାରଣା ଜଣାପଡ଼ି ନାହିଁ। ଅନ୍ୟପଟେ ଦୂଷିତ ପାଣି ପାଇଁ ଏମିତି ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ଲୋକ ଅନୁମାନ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us