Advertisment

ରାଜ୍ୟରେ ଅଂଶୁଘାତରେ ଗଲା ଆଉ ଜଣଙ୍କ ଜୀବନ

ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ।

author-image
Tapaswini Nayak
undefined

Sunstroke

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲ୍ଲାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୨୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ରେ ସର୍ବାଧିକ ୬୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରେ ୪୦ ଆକ୍ରାନ୍ତ ହୋଇଛନ୍ତି। କିଛିଦିନ ପୂର୍ବରୁ ବାଲେଶ୍ୱରରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରିଛି। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ମେ ୨ ତାରିଖରରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ। ଏହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବା ସହ ଆଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।

Advertisment
Sunstroke