Advertisment

ଝାଡ଼ାବାନ୍ତିରେ ଜଣେ ମୃତ, ୬ ଗୁରୁତର

ଭଟାଙ୍ଗପଦର ଗାଁରେ ଶନିବାର କିଛି ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଚିତ୍ର ସୁନାଙ୍କ ସହ ଗାଁର ନୁମୁଡ଼ି ସୂର୍ଯ୍ୟ ଓ ଖିତ ସୁନାଙ୍କ ଅବସ୍ଥା ଗୁରୁତର ଥିଲା। ରବିବାର ଚିତ୍ର ସୁନାଙ୍କ ଘରେ ମୃତ୍ୟୁ ହୋଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Doctor

Doctor

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ର ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରୁ। ମୃତକ ଜଣଙ୍କ ହେଉଛନ୍ତି ଚିତ୍ର ସୁନା।

Advertisment

ଭଟାଙ୍ଗପଦର ଗାଁରେ ଗତ ଶନିବାର କିଛି ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଚିତ୍ର ସୁନାଙ୍କ ସହ ଗାଁର ନୁମୁଡ଼ି ସୂର୍ଯ୍ୟ ଓ ଖିତ ସୁନାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ରବିବାର ଚିତ୍ର ସୁନାଙ୍କ ଘରେ ମୃତ୍ୟୁ ହୋଇଥିଲା।

ନୁମୁଡ଼ି ସୂର୍ଯ୍ୟ ଓ ଖିତ ସୁନାଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି।

Advertisment

ଗାଁରେ ଥିବା ଅନ୍ୟ ଅକ୍ରାନ୍ତଙ୍କ ପାଇଁ ଏକ ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗାଇ ଦେବାଲାଗି ପ୍ରଶାସନ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତର ଭି.ଚନ୍ଦ୍ରଶେଖର କହିଛନ୍ତି, ଗାଁରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହେଉଛି ପିଇବା ପାଣି। ସେଥିପାଇଁ ଲୋକମାନେ ପାଣି ଫୁଟାଇ ପିଇବା ଓ ଗରମ ଖାଦ୍ୟ ଖାଇବା ନେଇ ସଚେତନ କରାଯାଉଛି।

Diarrhea