Advertisment

ଅଂଶୁଘାତରେ ଜଣଙ୍କ ମୃତ୍ୟୁ

ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସ (ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା) ଯୋଗୁ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
Sunstroke

Sunstroke

Advertisment

ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସ (ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା) ଯୋଗୁ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମୟୂରଭଞ୍ଜରେ ୭ ଓ ଅନୁଗୋଳରେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍ ରିଲେଟେଡ ଇଲନେସ ପାଇଁ ଭର୍ତ୍ତି ହୋଇଥିଲେ।

ଡାକ୍ତର ମିଶ୍ର କହିଛନ୍ତି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଆବଶ୍ୟକ ଔଷଧ ରଖିବାକୁ କୁହାଯାଇଥିଲା।

Advertisment

ଅତି ଆବଶ୍ୟକ ନପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ମିଶ୍ର। ଯଦି ଯାଉଛନ୍ତି, ତା’ହେଲେ ସାଙ୍ଗରେ ଛତା, ପାଣି ଆଦି ନେଇ ଯାଆନ୍ତୁ ତଥା ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି।

ଗତ ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିଛି। ୨୧ ଓ ୨୨ରେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏପ୍ରିଲ ୨୫ ତାରିଖରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ। ଏପ୍ରିଲ୍ ୨୬ରୁ ମେ ୨ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।    

ଆଜି ଦିନ ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୩.୮ ରେକର୍ଡ କରାଯାଇଛି। ଏହା ସହିତ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୪ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୪୨.୪, କେନ୍ଦୁଝର ଓ ଚାନ୍ଦବାଲିରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮ ଓ ବାଲେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। 

Heat Wave Heat Wave In Odisha Sunstroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe