Advertisment

ରାତିରେ ଚାଷ ଜଗିବାକୁ ଯାଇଥିଲେ; ଆକ୍ରମଣ କଲା ଭାଲୁ

ଗତକାଲି ରାତିରେ ସମା ଚାଷ ଜମି ଜଗି ଯାଇଥିଲେ।

Bear

Bear

Advertisment

ରାତିରେ ଚାଷ ଜଗିବାକୁ ଯାଇଥିଲେ ବୃଦ୍ଧ। ଘରକୁ ଫେରିଲା ବେଳେ ବାଟରେ ଆକ୍ରମଣ କଲା ଭାଲୁ। ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ କେଶରୀପୁର ପଂଚାୟତ ଜାମପଦା ଗାଁରେ ଏହି ଘଟଣା ଘଟିଛି। ଆହତ ବୃଦ୍ଧ ଜଣଙ୍କ ହେଲେ ସମା ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ରାତିରେ ସମା ଚାଷ ଜମି ଜଗି ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ସମା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଭାଲୁଟି ଦୌଡ଼ି ପଳାଇଯାଇଥିଲା।

ସ୍ଥାନୀୟ ଲୋକେ ସମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ତାଙ୍କ ଘରକୁ ଆଣିଥିଲେ। ପରେ ତାଙ୍କୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସମାଙ୍କୁ ଭାଲୁ ଆକ୍ରମଣ କରିବା ପରେ ଗ୍ରାମବାସୀ ଭୟବୀତ ଅବସ୍ଥାରେ ଅଛନ୍ତି।

Advertisment
Balasore Soro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe