Advertisment

ଗୋଟିଏ ଦିନରେ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସର ଭିସୁଟ୍‌ରୁ ନିଲମ୍ବିତ

ଏହି ଘଟଣା ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କୁଳ ସଚିବ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ନିଲମ୍ୱିତ ହୋଇଥିବା ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।

VSSUT

VSSUT

Advertisment

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ରେ ଗୋଟିଏ ଦିନରେ ଜଣେ ପ୍ରଫେସର ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଦୁଇଟି ପୃଥକ ଘଟଣାରେ ଜଣେ ମହିଳା ସହକର୍ମୀ ଓ ଜଣେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ କରି ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ ଏହି ପଦକ୍ଷେପ ନେଇଛନ୍ତି।

Advertisment

ଜଣେ ଅସ୍ଥାୟୀ ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ Production Engineering Department ର ପ୍ରଫେସର ଦେବବ୍ରତ ଧୁପାଲଙ୍କୁ ନିଲମ୍ବନ କରାଯାଇଛି।

ସେହିପରି ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କର ଗାଇଡ ତଥା ଗଣିତ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ମହେନ୍ଦ୍ର ଜେନାଙ୍କୁ ନିଲମ୍ବନ କରାଯାଇଛି। ପୂର୍ବରୁ ଭିନ୍ନ ଭିନ୍ନ ସମୟରେ ଏହି ୨ଟି ଅଭିଯୋଗ ହୋଇଥିଲା ଓ ଏହାର ତଦନ୍ତ ଚାଲିଥିଲା।

Advertisment

ତଦନ୍ତ ବେଳେ ଅଭିଯୁକ୍ତ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ବିଶ୍ୱବିଦ୍ୟାଳୟ ପରିଚାଳନା ପରିଷଦ ସମ୍ମୁଖରେ ହାଜର ହୋଇ ନିଜ ନିଜ ପକ୍ଷ ରଖି ନଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣା ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କୁଳ ସଚିବ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ନିଲମ୍ୱିତ ହୋଇଥିବା ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରଙ୍କର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।

VSSUT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe