Advertisment

କନ୍ଦାଉଛି ପିଆଜ, ମାସକ ଭିତରେ ରେଟ୍‌ ହେଲା ଡବଲ୍‌

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ। ହଠାତ୍‌ ଉପରମୁହାଁ ହେଲାଣି ପିଆଜ ଦର । ମାସକ ଭିତରେ ହେଲାଣି ଡବଲ । ଫଳରେ ଗୃହିଣୀଙ୍କୁ ଘାରିଲାଣି ପିଆଜ ଚିନ୍ତା

ଅଦ୍ୟତନ ହୋଇଛି
Onion

Onion

Advertisment

ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ। ହଠାତ୍‌ ଉପରମୁହାଁ ହେଲାଣି ପିଆଜ ଦର । ମାସକ ଭିତରେ ହେଲାଣି ଡବଲ । ଫଳରେ ଗୃହିଣୀଙ୍କୁ ଘାରିଲାଣି ପିଆଜ ଚିନ୍ତା। ରୋଷେଇ ଘରେ ପଡ଼ିଲାଣି ଚଡ଼କ ।

Advertisment

ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ ପହଞ୍ଚିଲାଣି । କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ ଟଙ୍କାରେ ବିକୁଛନ୍ତି ପିଆଜ। ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍‌ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ଶହ ଟନ ଓ ବାର୍ଷିକ ୫ରୁ ସାଢେ ୫ ଲକ୍ଷ ଟନ ପିଆଜ ଦରକାର। ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ଏଥିନିମନ୍ତେ ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ରେଟ୍‌ ବଢ଼ିଥିବା ବେଳେ ଆସନ୍ତା ୮, ୧୦ ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି।

Advertisment

ମାତ୍ର ବେଳେବେଳେ ହେଉଥିବା ଅବାସ୍ତବ ଦର ବୃଦ୍ଧି ପଛରେ କର୍ପୋରେଟ ହାଉସଙ୍କ ହାତ ରହୁଥିବା ଅଭିଯୋଗ କରିଛନ୍ତି ସୁଧାକର ପଣ୍ଡା। ଏନେଇ ସେ କହିଛନ୍ତି, ମାର୍କେଟରେ ଦର ସାମାନ୍ୟ ବଢ଼ିଲେ କର୍ପୋରେଟ ହାଉସ ପକ୍ଷରୁ ବହୁ ପରିମାଣର ଜିନିଷ ଗଚ୍ଛିତ ରଖି କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି । ସେମାନଙ୍କ ପାଖରେ ଏକ ସଙ୍ଗେ ବିପୁଳ ପରିମାଣର ଜିନିଷ ମହଜୁଦ ରଖିବାକୁ ଅର୍ଥବଳ ସହ ପର୍ଯ୍ୟାପ୍ତ ଜାଗା ମଧ୍ୟ ମହଜୁଦ ରହୁଛି। ଏହାକୁ ସେମାନେ ଚଢ଼ା ଦରରେ ବିକ୍ରି କରୁଥିବା ବଳେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।

Onion Onion Rate Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe