Advertisment

ଆକ୍ସନ ମୁଡ୍‌ରେ ବିଏମସି; ମାସକରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ୍

ଗତ ୧୮ ତାରିଖରେ ୟୁନିଟ୍-୩ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bmc commissioner

Bmc commissioner

ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି)। ରାଜଧାନୀରେ ଥିବା ମୁକୁଳା ଡ୍ରେନ ଉପରେ ମାସକ ଭିତରେ ସ୍ଲାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍। 

Advertisment

ବିଏମସି କମିଶନର କହିଛନ୍ତି ଯେ, ମାସକ ଭିତରେ ଭୁବନେଶ୍ୱରରେ ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପଡ଼ିବ। ସପ୍ତାହକ ଭିତରେ ଡ୍ରେନ ବ୍ୟାରିକେଡ କାମ ସରିବ। 

ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ୍  ରହିଛି। ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଆସୁଛି। ଏହା ଭିତରେ ରହିଛି ୨୭ କିଲୋମିଟର ମୁକୁଳା ଡ୍ରେନ। ସେସବୁକୁ ଚିହ୍ନଟ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମାସକ ଭିତରେ ସ୍ଲାବ୍ କାମ ସରିବ। କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି। ବିଭିନ୍ନ ବିଭାଗ ସହ ସମନ୍ୱୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି।

Advertisment

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ୟୁନିଟ୍-୩ ଅଞ୍ଚଳରେ ଜଣେ ୯ ବର୍ଷର ବାଳକ ଡ୍ରେନ୍‌ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ଡ୍ରେନ୍‌ରେ ଭାସୁଥିବା ଗୋଟିଏ ବେଲୁନ୍‍ ଆଣିବାକୁ ଯାଇ ନାବାଳକ ଜଣକ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତ ନାବାଳକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ।ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କଠାରୁ ଏ ସଂକ୍ରାନ୍ତୀୟ ରିପୋର୍ଟ ତଲବ କରିଥିଲେ।ଏହି ଘଟଣାରେ ଭୁବନେଶ୍ୱର ମହାନଗର ନିଗମର ଡ୍ରେନେଜ୍‌ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଥିଲା।

Bhubaneswar Bmc BMC Commissioner