ଘର ଆଗରେ ମୁକୁଳା ଟ୍ରାନ୍ସଫର୍ମର

ଘର ଆଗରେ ଖୋଲା ଟ୍ରାନ୍ସଫର୍ମର ପ୍ରତି ମୁହୂର୍ତ୍ତରେ ଭୟରେ କଟୁଛି ଲୋକଙ୍କ ଜୀବନ

transformer PhotoOR

ଘର ଆଗରେ ମୁକୁଳା ଟ୍ରାନ୍ସ ଫର୍ମର

Biswajit Samal
  • Published: Tuesday, 12 March 2024
  • Updated: 12 March 2024, 09:43 PM IST

Sports

Latest News

ସରକାର ବିଦୁତ ବିଭାଗ ସଠିକ ପରିଚାଳନା ନ କରି ପାରି ଘରୋଇ କମ୍ପାନୀ ଟାଟାକୁ ଟେକି ଦେଇ ଥିବା ବେଳେ ଟିପି ସୋଲୁସନ୍ ଡିଷ୍ଟ୍ରିବୁସନ୍ ଏଲ୍ ଟିଡି ଚଳାଇଛି ମନ ମାନି। କେଉଁଠି ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର। ଆଉ କେଉଁଠି ବିପଦ ପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି ବିଦୁତ୍ ତାର। ଏହାର ବାସ୍ଥବ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତର ସିନ୍ଦୁରପୁର ଗାଁରେ। ଘର ଆଗରେ ଖୋଲା ଟ୍ରାନ୍ସ ଫର୍ମର। ପ୍ରତି  ମୁହୂର୍ତ୍ତରେ ଭୟରେ କଟୁଛି ଲୋକଙ୍କ ଜୀବନ। ଟ୍ରାନ୍ସଫର୍ମରକୁ ଘର ପାଖରୁ ଉଠାଇବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ବ୍ଲକ ଚେୟାର ମ୍ୟାନ୍‌ଙ୍କ ସହ ଅନେକ ନେତାଙ୍କୁ ଜଣାଇଲେବି କିଛି ସୁ ଫଳ ମିଳୁନାହିଁ।

କେତେବେଳେ ସ୍ପାର୍କିଂ ହୋଇ ଘର ଆଗରେ ନିଆଁ ହୁଳା ପଡ଼ୁଛି ତ ଆଉ କେତେବେଳ ବିସ୍ଫୋରକ ଶଦ୍ଦ ହେଉଛି। ଅଭିଯୋଗ ଅନୁସାରେ ଏହି ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସୀ ଅନେକ ଗାଈ ଗୋରୁଙ୍କ ଜୀବନ ଗଲାଣି। ଏପରି ସ୍ଥତିରେ ଡ଼ରି ଡ଼ରି ବଞ୍ଚୁଛନ୍ତି ସ୍ଥାନୀୟ ଲୋକେ।

Also Read

ଆଜକୁ ୨୨ ବର୍ଷ ହେଲାଣି ଏଭଳି ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି ଏହି ଟ୍ରାନ୍ସଫର୍ମର। ଟ୍ରାନ୍ସ ଫର୍ମର ବସିଥିବା ଦୁଇଟି ସିମେଟ୍‌ ଖୁଣ୍ଟି ବାତିଆରେ ଭାଙ୍ଗିଯାଇଥିଲା। ଆଜି ଯାଏ ସେଇ ଭଙ୍ଗା ଖୁଣ୍ଟି ରେ ରହିଛି। ଘର ଆଗରୁ ଟ୍ରାନ୍ସଫର୍ମର ଉଠୁଚି ନା ଖୁଣ୍ଟି ମରାମତି ହେଉଛି। ବିପଦ ସଂଙ୍କୁଳ ଅବସ୍ଥାରେ ସେ ଭଳି ରହିଛି। ଦାଣ୍ଡ ବାରଣ୍ଡାରେ ଛୋଟ ପିଲା ମାନେ ଖେଳୁଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମର ପାଖକୁ ପଳାଉ ଥିବାର ନଜର ମଧ୍ୟ ରହିଛି। ଏଭଳି ସ୍ଥିତିରେ ଟ୍ରାନ୍ସ ଫର୍ମର ଟିକୁ ହଟାଇ ଅନ୍ୟ ସ୍ଥାନରେ ରଖିବାକୁ ଦାବୀ କରିଛନ୍ତି ଗ୍ରାମବାସୀ ମାନେ।

ଏ ନେଇ ପୋଡ଼ାମାରି ସେକ୍ସନର ବିଦୁତ ବିଭାଗର ଯନ୍ତ୍ରୀ କହିଛନ୍ତି ଯେ ମୁକୁଳା ଟ୍ରାନ୍ସଫର୍ମର ଆମେ ପ୍ରତି ବର୍ଷ ୧୦ ରୁ ୧୨ ଟି ଟାର୍ଗେଟ ଅନୁଯାୟୀ ମରାମତି କରୁଛୁ। ଯେଉଁ ଗୁଡ଼ିକ ଅତି ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି ଫେଜ ଅନୁଯାୟୀ ହେବ। ସିନ୍ଦୂରପୁର ମୁକୁଳା ଟ୍ରାନ୍ସ ଫର୍ମର କଥା ଆମ ଦୃଷ୍ଟିକୁ ଆସିଛି ଆମେ ଏ ବାବଦ ରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ଉପରୁ ନିର୍ଦେଶ ମିଳିଲେ ସିପ୍ଟ କରାଯିବ ବୋଲି ସୂଚନା ଦେଛନ୍ତି ଯନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story