Advertisment

ଶିମିଳିପାଳରେ ଅଫିମ ଚାଷ, ପୁଲିସ-ବନ ବିଭାଗ ଜଳକା

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା।

Baripada

Baripada

Advertisment

ଶିମିଳିପାଳ ଅଭୟାରଣ୍ୟରେ ବିପୁଳ ପରିମାଣ ଅଫିମ ଚାଷ। ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ ଚାଲିଥିଲା। ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିପୁଳ ପରିମାଣର ଅଫିସ ଚାଷ ଦେଖି ପୁଲିସ ଓ ବନ ବିଭାଗ ତାଜୁବ ହୋଇଛି।

Advertisment

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା। ଏହାର ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ବ୍ୟାପକ ଅଞ୍ଚଳରେ ଅଫିସ ଚାଷ ଦେଖି ସମସ୍ତେ ଜଳକା ହୋଇଛନ୍ତି।

ଶେଷରେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଲକ୍ଷ ପଚିଶି ହଜାରରୁ ଅଧିକ ଅଫମ ଗଛକୁ ନଷ୍ଟ କରିଛି। ଗଛ ଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ଦଶ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ଶିମିଳିପାଳ ଅଭୟାରଣ୍ୟରେ ଏତେ ପରିମାଣର ଅଫିମ ଚାଷ କରା ଯାଇଥିବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କାରଣ କୋର ଅଞ୍ଚଳରେ ବନ ବିଭାଗର ସବୁ ବେଳେ ନଜର ରହିଥାଏ। ଏହା ସତ୍ତ୍ୱେ ଦୀର୍ଘଦିନ ହେଲା, ଏଠାରେ କେମିତି ଅଫିମ ଚାଷ କରାଯାଉଥିଲା, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ଏ ନେଇ ପୁଲିସ ସ୍ପଷ୍ଟ କରି ନ ଥିଲା ବେଳେ ଏହାର ତଦନ୍ତ ଚାଲିଥିବା କହିଛି। ଏ ନେଇ ଜଶିପୁର ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା କରାଯାଇଛି।

ରିପୋର୍ଟ : ବାରିପଦାରୁ ମାଣିକ ଲାଲ ପାଣି 

Odisha Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe