Advertisment

ହାଇଟେକ୍ ବିସ୍ଫୋରଣ: ୩ଜଣଙ୍କ ମୃତ୍ୟୁର ତଦନ୍ତ ପାଇଁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ

ବିରୋଧୀ ଦଳର କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ହାଇଟେକ୍ ହସ୍ପିଟାଲରେ ଏସି ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

undefined

Hi-Tech Hospital

Advertisment

ବିରୋଧୀ ଦଳର କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ହାଇଟେକ୍ ହସ୍ପିଟାଲରେ ଏସି ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ବିସ୍ତୃତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ରାଜ୍ୟ ଶ୍ରମ କମିଶନରଙ୍କୁ ହାଇଟେକ୍ ଏସି ବିସ୍ଫୋରଣ ଓ ଟେକ୍ନିସିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ହସ୍ପିଟାଲରେ ଏସି ବିସ୍ଫୋରଣ ହେଲା, ଗୁରୁତର ଅବସ୍ଥାରେ ସେମାନଙ୍କୁ କିଭଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ଓ ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ସଠିକ୍ ସୂଚନା ଦିଆଯାଇଛି କି ନାହିଁ ଏବଂ ଶ୍ରମ ଆଇନ ଅନୁସାରେ ଏହି ଶ୍ରମିକମାନଙ୍କୁ ନିଯୁକ୍ତି ମିଳିଥିଲା କି ନାହିଁ ସେସବୁର ବିସ୍ତୃତ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ ।

Advertisment

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୯ତାରିଖ ସନ୍ଧ୍ୟାରେ ହାଇଟେକ୍ ହସ୍ପିଟାଲ ପରିସରରେ ଏସି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀଙ୍କ ଗିରଫ ସହ ହସ୍ପିଟାଲର ଲାଇସେନ୍ସ ରଦ୍ଦ ପାଇଁ ଦାବି ଜୋର ଧରିଛି । ବିରୋଧୀ ଦଳ ଏହି ସମସ୍ତ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛି । ଗତ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ମଧ୍ୟ ହୋଇଥିଲା ।

ବିଜେପି ମଧ୍ୟ ଏହି ଘଟଣାରେ ରାଜ୍ୟ ସରକାର ହସ୍ପିଟାଲର ମାଲିକ ତଥା ବିଜେଡି ନେତା ତିରୁପତି ପାଣିଗ୍ରାହୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଆସୁଛି । ମୃତକଙ୍କ ପରିଚୟକୁ ନେଇ ନୂଆ ବିବାଦ ଦେଖାଦେବା ପରେ ହସ୍ପିଟାଲର ଭୂମିକା ଉପରେ ବିରୋଧୀ ଦଳ ସନ୍ଦେହ ବ୍ୟକ୍ତ କରିଥିଲା ।
ଅନ୍ୟପକ୍ଷରେ ଶ୍ରୀ ପାଣିଗ୍ରାହୀ ତାଙ୍କ ହସ୍ପିଟାଲରେ କିଛି ବେଆଇନ ହୋଇନି ଓ ମାଗଣା ଚିକିତ୍ସା ସୁବିଧା ଆହତଙ୍କୁ ଯୋଗାଇ ଦିଆଯାଇଥିଲା ବୋଲି ଦାବି କରିଛନ୍ତି । ଏହାସହିତ ସମସ୍ତ ପ୍ରକାରର ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ଗତ ସୋମବାର ସଫେଇ ଦେଇଥିଲେ ।

Advertisment
Hi-Tech Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe