Advertisment

ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ: କହିଲେ- ଆଉ ମହଲତ ଦେଇ ହେବନି

ଯେହେତୁ ଏବେ କାର୍ତ୍ତିକ ମାସ ଚାଲିଛି ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି, ତେଣୁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ। ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

author-image
Manoranjan Sial
High Court

High Court

ବହୁତ ସମୟ ନେଲଣି। ମାର୍ଚ୍ଚ ଡେଡଲାଇନ୍‌ କେବେଠୁ ଗଲାଣି। ଆଉ ମହଲତ ଦେଇ ହେବନି। କାଲିଠୁ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ କର। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା(ASI)କୁ ଆଜି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଯେହେତୁ ଏବେ କାର୍ତ୍ତିକ ମାସ ଚାଲିଛି ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି, ତେଣୁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ। ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତା’ସହ କାଲିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତା’ର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡି.ବି ଗଡ଼ନାୟକ। ସେ କହିଛନ୍ତି, ଆବଶ୍ୟକ ସୁବିଧା ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛୁ। ନାଟମଣ୍ଡପ ମରାମତି ସଂପୂର୍ଣ୍ଣ ପାଇଁ ଦୈନିକ ୬ ଘଣ୍ଟା ଲେଖାଏଁ ୧୨୦ ଦିନ କାମ ଚାଲିବ।

ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବ ନେଇ କାହିଁକି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ ? କ’ଣ ଅତି ଖରାପ ସ୍ଥିତିରେ ଅଛି କି ଜଗନ୍ନାଥ ମନ୍ଦିରର ଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ? ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା। ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା। ୫ ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ASI ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରି ନାଟମଣ୍ଡପରେ କ୍ରାକ୍‌ ମିଟର୍‌ ଜରିଆରେ ରିଡିଂ କରି ଫାଟ ତର୍ଜମା କରିଥିଲେ। ନିଜେ ହାଇକୋର୍ଟଙ୍କ ଆମିକସକ୍ୟୁରି ଏନ୍.କେ.ମହାନ୍ତି ମଧ୍ୟ ପୁରୀ ଆସି ନାଟମଣ୍ଡପ ସ୍ଥିତି ଖରାପ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ।

Advertisment

ସେପଟେ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବାକୁ ଥିବା ମରାମତି ସମ୍ପର୍କରେ ଏଏସଆଇ କହିଛନ୍ତି, ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଥିବା କ୍ରାକ ବିମ୍‌କୁ ସପୋର୍ଟିଂ ବିମ୍‌ ଦିଆଯିବ। କ୍ରାକ ବିମ ତଳେ ରୋଟ୍‌ ଆଇରନ୍‌ ବିମ୍‌ କାମ କାଲିଠୁ ଆରମ୍ଭ ହେବ। ଷ୍ଟେନଲେସ ଷ୍ଟିଲର ବକ୍ସ ବିମ ଦ୍ୱାରା ଏହାକୁ ଶକ୍ତ କରାଯିବ। ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ ଆସି ସାରିଛି। ତେଣେ ନାଟମଣ୍ଡପ ମରାମତି ଶୀଘ୍ର ସାରିବାକୁ ଜୋର ଦେଇଛନ୍ତି ସେବାୟତ।

Puri Shreemandir Puri Cuttack High Court