Advertisment

ASIକୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ

୨୦୧୬ ମସିହାରୁ ଜଗମୋହନର ମରାମତି ପାଇଁ ମାମଲା ଦାୟର ହୋଇଥିଲା। ପରବର୍ତ୍ତୀ ସମୟରେ ନାଟମଣ୍ଡପ ଏବଂ ଶେଷରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ଏଥିରେ ଯୋଡ଼ାଯାଇଛି।

High Court

High Court

Advertisment

ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ମାଗିଲେ ଓଡିଶା ହାଇକୋର୍ଟ। ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଜଗମୋହନ ଓ ନାଟମଣ୍ଡପ ମରାମତି ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି? ସେ ସମ୍ପର୍କରେ ଜଣାଇବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

୨୦୧୬ ମସିହାରୁ ଜଗମୋହନର ମରାମତି ପାଇଁ ମାମଲା ଦାୟର ହୋଇଥିଲା। ପରବର୍ତ୍ତୀ ସମୟରେ ନାଟମଣ୍ଡପ ଏବଂ ଶେଷରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ଏଥିରେ ଯୋଡ଼ାଯାଇଛି। ଜଗମୋହନ ଓ ନାଟମଣ୍ଡପର ମରାମତି କାମ ନିୟମିତ କରାଯାଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆଇଆଇଟି ଚେନ୍ନାଇରୁ ଡିଜାଇନ୍‌ ମଗାଯାଇଛି, ଡିଜାଇନ ମିଳିବା ପରେ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା।

ତେବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିସ୍ତୃତ ଭାବେ ମରାମତି ପ୍ରସଙ୍ଗରେ ରିପୋର୍ଟ ତଳବ କରିଥିଲେ। ବର୍ତ୍ତମାନର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ସହଯୋଗୀ ବିଚାରପତି ଭାବେ ମାମଲାର ଶୁଣାଣି କରିଥିଲେ। ଏହା ମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ମରାମତି କାମ କାହିଁକି ଶେଷ ହୋଇପାରୁ ନାହିଁ, ସେ ନେଇ ଜାଣିବାକୁ ଚାହିଁଥିଲେ। ତେଣୁ ୨୦୧୭ ମସିହାରୁ ମରାମତି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଆଉ କ’ଣ କାମ ବାକି ରହିଛି, ସେ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ଖଣ୍ଡପୀଠ କହିଛନ୍ତି।

Advertisment

ଅନ୍ୟପଟେ ରତ୍ନଭଣ୍ଡାର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ଏବଂ ସଂରକ୍ଷଣ ପ୍ରସଙ୍ଗରେ ଆସନ୍ତା ତାରିଖରେ ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe