OSRTC
ମହାପ୍ରଭୁଙ୍କ ଘୋଷଯାତ୍ରାରେ ଓଡ଼ିଶାର ପ୍ରତି ବ୍ଲକ୍ରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ସରକାରୀ ବସ୍। ଅର୍ଥାତ ରାଜ୍ୟର ୩୧୪ ବ୍ଲକରୁ ଶ୍ରୀକ୍ଷେତ୍ରାକୁ ଗଡ଼ିବ ଓଡ଼ିଶା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେଶନ୍(OSRTC) ବସ୍। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଆଜି OSRTC କାର୍ଯ୍ୟାଳୟରେ ଚାଲିଥିବା ସମୀକ୍ଷା ବୈଠକ ପରେ ଏନେଇ ମନ୍ତ୍ରୀ ଘୋଷଣା କରିଛନ୍ତି।
ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା। ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା, ତିରୁପତି, ମହାକାଳେଶ୍ଵର, ବାରାଣସୀ ଓ ବୃନ୍ଦାବନକୁ ଗଡ଼ିବ ସରକାରୀ ବସ୍। ଶ୍ରୀକ୍ଷେତ୍ର ପୁରୀ, ଭୁବନେଶ୍ଵର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସହରରୁ ଏସବୁ ତୀର୍ଥ ସ୍ଥଳୀକୁ ଚାଲିବ ବସ୍ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଚାଲିବ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍। ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ, ସେନେଇ ନିଷ୍ପତ୍ତି ହୋଇଛି। ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ବୋଲି ବୋଲି ମନ୍ତ୍ରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/OSRTC_1719233465.jpg)