Advertisment

ଜୋର ଧରିଲା ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି

OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ। ଗତକାଲି ଭୁବନେଶ୍ବରରେ ଆଡମିଟ୍ କାର୍ଡ ଜାଳିଥିଲେ, ଆଜି କଟକ କାଠଯୋଡ଼ିରେ ଡଙ୍ଗା କରି ଭସାଇଛନ୍ତି।

Job aspirants demanding cancellation Exam

Job aspirants demanding cancellation Exam

Advertisment

ଜୋର ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି। OSSSCରେ ବ୍ୟାପକ ତ୍ରୁଟି ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ। ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ। କଟକ ନେତାଜୀ ବସ୍ ଟର୍ମିନାଲ ସ୍ଥିତ ଲାଇବ୍ରେରୀ ସମ୍ମୁଖ କାଠଯୋଡି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇ ପ୍ରତିବାଦ କରିଛନ୍ତି ଆଶାୟୀ। ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଅଯୋଗ୍ୟ ସଂସ୍ଥା SIFYକୁ ପରୀକ୍ଷା ଦାୟିତ୍ବରୁ ନିବୃତି ଏବଂ ତୁରନ୍ତ ରି-ଏକଜାମ୍ କରିବାକୁ ଆଶାୟୀ ଦାବି ରଖିଛନ୍ତି।

Advertisment

ସେହିଭଳି ଆଜି ବ୍ରହ୍ମପୁରରେ ବି ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି । ଟାଉନ୍ ହଲ୍ ନିକଟରେ ଆଡମିଟ୍ କାର୍ଡ ଜାଳିଲେ କିଛି ପରୀକ୍ଷାର୍ଥୀ । ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା ଦାବିରେ ପ୍ରତିବାଦ । 

Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe