Advertisment

ଓଟିଭି ଚିଫ୍ ରିପୋର୍ଟର ମଧୁସୂଦନଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର

ମଧୁସୂଦନ ମିଶ୍ରଙ୍କ ସହ ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୭ ଜଣ ସାମ୍ବାଦିକଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି।

author-image
Niharika Rout
Award

Award

ଓଟିଭି ଚିଫ୍ ରିପୋର୍ଟର ମଧୁସୂଦନ ମିଶ୍ର ପାଇଲେ ଓଡ଼ିଶା ସାମ୍ବାଦିକତା ପୁରସ୍କାର-୨୦୨୪। ଦିଲ୍ଲୀରେ ‘ପଲ୍ଲୀବାଣୀ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମଧୁସୂଦନ ମିଶ୍ରଙ୍କ ସହ ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୭ ଜଣ ସାମ୍ବାଦିକଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ସେହିପରି ଟିଭି ଉପସ୍ଥାପିକା ଇତିଶ୍ରୀ ନାୟକଙ୍କୁ ପ୍ରତିଭା ପଟ୍ଟନାୟକ ଜର୍ଣ୍ଣାଲିଜମ୍ ସମ୍ମାନରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ସମ୍ମାନିତ ହୋଇଥିବା ମଧୁସୁଦନ ମିଶ୍ର କହିଛନ୍ତି, ସାମ୍ବାଦିକଙ୍କୁ ଏପରି ସମ୍ମାନ ସେମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହାଦ୍ୱାରା ସେମାନେ ନିରବଚ୍ଛିତ ଭାବେ ତଥା ବିନା କୌଣସି ପକ୍ଷପାତିତାରେ ସାମ୍ବଦିକତା କରିବାକୁ ଉତ୍ସାହିତ ହେଉଛନ୍ତି। ଯୁବ ସାମ୍ବାଦିକମାନେ ନିରପେକ୍ଷତା ଓ ସତସାହସର ସହ ସାମ୍ବାଦିକତା କଲେ ସମ୍ମାନର ପାତ୍ର ହେବେ ବୋଲି ସେ କହିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମର ଆୟୋଜକ ରାମନାଥ କହିଛନ୍ତି, ଦିଲ୍ଲୀର ସର୍ବ ପୁରାତନ ଅନୁଷ୍ଠାନ ୨୦୧୮ ମସିହାରୁ ସାମ୍ବାଦିକଙ୍କୁ ସମ୍ମାନିତ କରି ଆସୁଛି। ସେମାନଙ୍କୁ ସମ୍ମାନର ସହ ଦିଲ୍ଲୀକୁ ଆମନ୍ତ୍ରୀତ କରାଯାଇ ପୁରସ୍କୃତ କରାଯାଉଛି।

Delhi