Advertisment

ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି

ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।

author-image
Manoranjan Sial
OTV

OTV

ଇଣ୍ଡିଆ ଫୋର୍ବସ୍‌ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି। ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍‌। ଗଣମାଧ୍ୟମ ଓ ମନୋରଞ୍ଜନ ବର୍ଗରେ ଓଟିଭି ଏହି ଏକ୍ସଟ୍ରିପ୍ରିନ୍ୟୋର୍ସ ତାଲିକାରେ ସାମିଲ ହୋଇଛି।

Advertisment

ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏହାର ୫ଟି ସାଟେଲାଇଟ୍‌ ଚ୍ୟାନେଲ, ନ୍ୟୁଜ୍ ପୋର୍ଟାଲ ଓ ଓଟିଟି ପ୍ଲାଟଫର୍ମ ସହ ଓଡ଼ିଶାର ଗଣମାଧ୍ୟମ ଜଗତରେ ବିପ୍ଳବ ଆଣିପାରିଛି। ଉଚ୍ଚମାନର ନିରପେକ୍ଷ ଖବର ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଓଟିଭି ଦୀର୍ଘ ୨୭ ବର୍ଷ ଧରି ଆଞ୍ଚଳିକ ସ୍ତରରେ ଏହାର ଆଧିପତ୍ୟ ବଜାୟ ରଖି ଆସିଛି।

ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।

Advertisment
Bhubaneswar Otv