Advertisment

ଓଡ଼ିଶା ସିଟିଜେନ୍‌ସ ଆୱାର୍ଡ ୨୦୨୪ ପ୍ରଦାନ: ୯ ବିଶିଷ୍ଟ ବ୍ୟକ୍ତି ସମ୍ମାନିତ

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲେ।

author-image
Jitendra Garnayak
OCA

OCA

ଶନିବାର ଅନୁଷ୍ଠିତ ହୋଇଯାଇଛି ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଓଡ଼ିଶା ସିଟିଜେନ୍‌ସ ଆୱାର୍ଡ’। ଓଡ଼ିଶା ସିଟିଜେନ୍‌ସ ଆୱାର୍ଡର ଦ୍ୱାଦଶ ତମ ସଂସ୍କରଣରେ ଚଳିତ ବର୍ଷ ମୋଟ ୯ଟି ବିଭାଗରେ ଜୁରୀ ମେମ୍ବରଙ୍କ ପକ୍ଷରୁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି।

Advertisment

କୃଷି ପାଇଁ ସୁଦାମ ସାହୁଙ୍କୁ ‘ଓଡ଼ିଶା ସିଟିଜେନ୍‌ସ ଆୱାର୍ଡ ୨୦୨୪’ ପ୍ରଦାନ କରାଯାଇଥିବା ବେଳେ କଳା ଓ ସଂସ୍କୃତି ପାଇଁ ପ୍ରଦୋଶ ସ୍ୱାଇଁ, ବ୍ୟବସାୟ ପାଇଁ ବୋଧିସତ୍ତ୍ୱ ସଂଘପ୍ରିୟ, ଶିକ୍ଷା ପାଇ ବେଦାଙ୍ଗ ଦାସ ମହାନ୍ତି, ମନୋରଂଜନ ପାଇଁ ସତ୍ୟବ୍ରତ ରାଉତ, ସ୍ୱାସ୍ଥ୍ୟ ପାଇଁ ଡାକ୍ତର ପତିତ ପାବନ ମହାନ୍ତି, ରାଜନୀତି ପାଇଁ ବିଧାୟକ ଲକ୍ଷ୍ମଣ ବାଗ୍, ସମାଜସେବା ପାଇଁ ରାଜେଶ୍ୱରୀ ଦଳାଇ ଓ କ୍ରୀଡ଼ା ପାଇଁ  ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲେ।

Advertisment

ଓଡ଼ିଶା ଟେଲିଭିଜନ୍ ନେଟୱାର୍କର ଏମଡି ତଥା କୋ-ଫାଉଣ୍ଡର ଜଗିମଙ୍ଗତ ପଣ୍ଡା ନିଜ ଅଭିଭାଷଣରେ ଓଟିଭି ଏବଂ ଓଡ଼ିଶା ସିଟିଜେନ୍‌ସ ଆୱାର୍ଡର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଗ୍ରୁପ ପକ୍ଷରୁ ପରିବେଷିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।

Odisha Citizens Award 2024