Advertisment

‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’

ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।

School

School

Advertisment

ଆଜିର ସମାଜରେ ପିଲାମାନେ ବାପା, ମାଆ ଓ ଗୁରୁଜନଙ୍କୁ ବୋଝ ବୋଲି ଭାବୁଛନ୍ତି। ଏପରି ସମୟରେ ଗୋଟିଏ ଶିକ୍ଷାନୁଷ୍ଠାନର ଜନ୍ମଦିନ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱ ବିଷୟ। ଆଜି ଏପରି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ।

Advertisment

ଆଜି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତର ମଧୁବନ ବିଦ୍ୟାମନ୍ଦିର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଛି। ଉଦ୍‌ଘାଟନୀ ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଯଦୁନାଥ ଯଶମୁଖଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅରୁଣ କୁମାର ସାହୁ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସୋର ବିଧାୟକ ମାଧବ ଧଡ଼ା, ସମ୍ମାନିତ ଅତିଥି ଭାବେ ସୋର ବ୍ଲକ ଅଧ୍ୟକ୍ଷା ଅନୁସୂୟା ମଳିକ, ସୁବର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କଳସ ଶୋଭାଯାତ୍ରା, ପତାକା ଉତ୍ତୋଳନ, ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଥା ସ୍ମାରକୀ ଅନାବରଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସରୋଜ କୁମାର ମହାପାତ୍ର, ସିଆର୍‌ସିସି ଲକ୍ଷ୍ମୀର ପାତ୍ର, ପରିଚାଳନା କମିଟି ସଭାପତି ସବିତା ମଳିକ, ଆଲୁମିନି କମିଟି ସଭାପତି ଭରତ ଚନ୍ଦ୍ର ମଳିକ ପ୍ରମୁଖ ଯୋଗଦେଇଥିଲେ।

Advertisment

ଏହି ଅବସରରେ ଆଜି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ 'ମୋ ମିତ ଜଗନ୍ନାଥ' ମଞ୍ଚସ୍ଥ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜ୍ୟୋତ୍ସ୍ନାରାଣୀ ଜେନା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପ୍ରଦୀପ କୁମାର ସାହୁ, ଅମରେଶ କର, ଅଭୟ ଦାଶମହାପାତ୍ର, ସତ୍ୟନାରାୟଣ ଦାସ ପରିଚାଳନା କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ପଙ୍କଜ କୁମାର ଦାସ।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe