Advertisment

ଶ୍ରୀମନ୍ଦିରରେ ଠେଲାପେଲା; ୧୦ରୁ ଊର୍ଦ୍ଧ୍ୱ ଆହତ

ଏତେ ଗହଳି ଥିଲା ଯେ କିଛି ଭକ୍ତ ଅଣ ନିଶ୍ୱାସୀ ହୋଇ ତଳେ ପଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
puri

puri

Advertisment

ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତି ସମୟରେ ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେଜଣ ଶ୍ରଦ୍ଧାଳୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।

Advertisment

ଆଜି ସକାଳେ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ହୋଇଥିଲା। ସକାଳୁ ଦ୍ୱାରା ଫିଟା ଯିବାପରେ ଭକ୍ତ ଓ ହବିଷ୍ୟାଳୀଙ୍କୁ ମଙ୍ଗଳଆଳତି ଦର୍ଶନ କରିବାକୁ ଛଡ଼ା ଯାଇଥିଲା। ହେଲେ ସାତ ପାହାଚରେ ନିକଟରେ ଠେଲାପେଲା ହୋଇଥିଲା। ଏହି ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ ୧୦ରୁ ଅଧିକ ଆହତ ହୋଇଥିଲେ। ଏତେ ଗହଳି ଥିଲା ଯେ କିଛି ଭକ୍ତ ଅଣ ନିଶ୍ୱାସୀ ହୋଇ ତଳେ ପଡ଼ି ଯାଇଥିଲେ।

ସେଠାରେ ଥିବା ପୁଲିସ ଓ ଜେଟିପି ମାନେ ଗହଳି ନିୟନ୍ତ୍ରଣ କରିବାକୁ ବିଫଳ ହୋଇଥିଲେ। କାହାର ହାତରେ ଆଘାତ ଲାଗିଥିବା ବେଳେ କାହା ଗୋଡ଼ରେ ଆଘାତ ଲାଗିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ଭିଡ଼ରେ ଅଣ ନିଶ୍ୱାସୀ ହୋଇଯାଇଥିବା ଭକ୍ତଙ୍କୁ ଉଦ୍ଧାର କରାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

Advertisment

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛିା ମଙ୍ଗଳାଳତି ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀଙ୍କୁ ଏକକାଳୀନ ଶ୍ରୀମନ୍ଦିରକୁ ଛଡ଼ା ଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିଲା। ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗଳହି ହୋଇଥିଲା। 

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe