Advertisment

ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ ।

author-image
Niharika Rout
ଅଦ୍ୟତନ ହୋଇଛି
Crowd in puri

Crowd in puri

ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ ।

Advertisment

ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିନିମନ୍ତେ ରାତି ଅଧରୁ ଧାଡ଼ିରେ ଛିଡ଼ା ହୋଇଥିଲେ ଭକ୍ତ।

ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଆରମ୍ଭ ହୋଇଥିଲା। ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାସତ୍ତ୍ୱେ ଭିଡ଼ ଅସମ୍ଭାଳ ହେବାରୁ ଲୋକେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

Advertisment

ଭିଡ଼ ଦେଖି ପୁଲିସ୍‌ ପ୍ରାୟ ନିରୂପାୟ ହୋଇ ଯାଇଥିଲା। ଫଳରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଯାଇଥିଲେ। । ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି।

ନୂଆବର୍ଷରେ ଅସମ୍ଭାଳ ଭିଡ଼କୁ ଲକ୍ଷ୍ୟ କରି ପୁରୀରେ ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବାରୁ ପୁଲିସ୍‌ ମୁତୟନକୁ ଆହୁରି କଡ଼ାକଡ଼ି କରାଯାଇଛି।

Puri Shreemandir Puri