Advertisment

‘ଆମ ଭଉଣୀ ଭିତରୁ ଯିଏ ଭୋଟ୍‌ଦେବ, ତା’ ମୁଣ୍ଡ କାଟିଦେବୁ’

‘ଆମକୁ ଆମର ପାରିଶ୍ରମିକ ମିଳୁ, ତା’ପରେ ଯାଇ ଭୋଟ୍‌। ନହେଲେ ଭୋଟ୍‌ ଆଉ ଦେବୁନି। ଯିଏ ଆମ ଭଉଣୀ ଭିତରୁ ଭୋଟ୍‌ ଦେବ, ତା’ ମୁଣ୍ଡ କାଟିଦେବୁ। ପାଣ୍ଡେ ଆମକୁ ପଚାରୁନି କି ଡକାଉନି। ଆମକୁ ସେ ପସନ୍ଦ କରୁନାହାନ୍ତି।’

author-image
Manoranjan Sial
ଅଦ୍ୟତନ ହୋଇଛି
Pachika Sahayika Sangha

Pachika Sahayika Sangha

ଶିକ୍ଷକଙ୍କ ପରେ ରାସ୍ତାକୁ ଓହ୍ଲାଇଲେ ପାଚିକା। ଆଜି ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛନ୍ତି। ଆଉ କହିଛନ୍ତି, ଆମ କଥା ନବୁଝିଲେ, କେହି ଭୋଟ୍‌ ଦେବୁନାହିଁ। ଯିଏ ଆମ ଭଉଣୀ ଭିତରୁ ଭୋଟ୍‌ଦେବ, ତା’ ମୁଣ୍ଡ କାଟିଦେବୁ ବୋଲି ଖୋଲମ୍‌ଖୋଲା ପାଚିକାମାନେ ଧମକ ଦେଇଛନ୍ତି।

Advertisment

ଦରମା ବୃଦ୍ଧି ଓ ସରକାରୀ ଚାକିରି ମାନ୍ୟତା ପ୍ରମୁଖ ଦାବି ନେଇ ଆଜି ଲୋୟର ପିଏମ୍‌ଜିରେ ରାଜ୍ୟର ହଜାର ହଜାର ପାଚିକା ଏକତ୍ର ହୋଇଥିଲେ। ତା’ପରେ ବିରାଟ ଶୋଭାଯାତ୍ରାରେ ବିଧାନସଭା ସମ୍ମୁଖକୁ ଯାଇଥିଲେ। ତେବେ ରାସ୍ତାରେ ସେମାନଙ୍କୁ ପୁଲିସ୍‌ ଅଟକାଇଥିଲା। ସେହି ସମୟରେ ପାଚିକାମାନେ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ।

ଜଣେ ପାଚିକା କହିଥିଲେ, ମାସକୁ ୧୦୦୦ଟଙ୍କାରେ କାମ ଆରମ୍ଭ କରିଥିଲୁ। ଅର୍ଥାତ ଦିନକୁ ଦରମା ୪୦ ଟଙ୍କା ପାଖାପାଖି ହେଉଛି। ଏହାରି ଭିତରେ ସବୁ ଜିନିଷର ଦର ବଢ଼ିଲାଣି। ହେଲେ ଆମର ଦରମା ବଢ଼ୁନି। ଏବେ ଆମକୁ ଦିନକୁ ୪୦୦ ଟଙ୍କା ଦରମା ଦିଆଯାଉ। ଆମ ଦାବି ନଶୁଣିଲେ, ଆଗାମୀ ନିର୍ବାଚନରେ ଦେଖାଇଦେବୁ। ଆମେ ଭୋଟ୍‌ ଦେବୁନାହିଁ। ଆମକୁ ଆମର ପାରିଶ୍ରମିକ ମିଳୁ, ତା’ପରେ ଯାଇ ଭୋଟ୍‌। ନହେଲେ ଭୋଟ୍‌ ଆଉ ଦେବୁନି। ଯିଏ ଆମ ଭଉଣୀ ଭିତରୁ ଭୋଟ୍‌ ଦେବ, ତା’ ମୁଣ୍ଡ କାଟିଦେବୁ। ପାଣ୍ଡେ ଆମକୁ ପଚାରୁନି କି ଡକାଉନି। ଆମକୁ ସେ ପସନ୍ଦ କରୁନାହାନ୍ତି। ଏତିକି ଦରମାରେ ପାଣ୍ଡେଙ୍କ ମାଆ ଓ ଭଉଣୀ କାମ କରିବେ ତ ବୋଲି ଜଣେ ପାଚିକା ପ୍ରଶ୍ନ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଚାକିରି କରିବା ପାଇଁ କେହି ଆସୁନଥିଲେ। ଶେଷ ମୁହୂର୍ତ୍ତରେ ଆମେ ଏହି କାମରେ ପଶିଲୁ। ବୟସ ବଢ଼ିଲା ବେଳକୁ କହୁଛନ୍ତି ୬୦ ବର୍ଷରେ କାଢ଼ିଦେବେ। ଆମେ ଚଳିବୁ କେମିତି? ପିଲା ଛୁଆଙ୍କୁ ପୋଷିବୁ କେମିତି? ଆମର ବୟସ ୬୫ ବା ୭୦ ବର୍ଷ କରାଯାଉ ବୋଲି ସେ ଦାବି କହିଛନ୍ତି।

School