Advertisment

ପାଣି ଅଭାବରୁ ନଷ୍ଟ ହୋଇଗଲା ଧାନ ଫସଲ; ନିଆଁ ଲଗାଇଦେଲେ ଚାଷୀ

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Mohana

Mohana

Advertisment

ନିଅଣ୍ଟିଆ ବର୍ଷା ଯୋଗୁ ଉଜୁଡ଼ି ଗଲା ଧାନ ଫସଲ। ଶେଷରେ ବିଲରେ ନିଆଁ ଲଗାଇଦେଲା ଚାଷୀ। ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ।

Advertisment

ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ୪ ଏକର ଜମିରେ ଧାର କରଜ କରି ଧାନ ଚାଷ କରିଥିଲେ। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୁ ୪ ଏକର ଧାନ ଫସଲ ଶୁଖି ନଷ୍ଟ ହୋଇଗଲା। ଧାନ ବିଲକୁ ଅନ୍ୟ କୌଣସି ମାଧ୍ୟମରେ ଜଳସେଚନ କରିବାର ସୁବିଧା ନାହିଁ। ଏନେଇ ଚିନ୍ତାରେ ଥିଲେ ବାଳକୃଷ୍ଣ।ଶେଷରେ ଧାନ ବିଲରେ ନିଆଁ ଲଗାଇଦେଇଥିଲେ ବାଳକୃଷ୍ଣ। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ବାଳକୃଷ୍ଣ ମଲ୍ଲିକ କହିଛନ୍ତି, ଚାଷୀମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ଆମକୁ କିଛି ସୁବିଧା ସୁଯୋଗ ମିଳୁ ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଧାନ ଫସଲ ଭଲ ହେଲା ନାହିଁ। ସବୁ ଧାନ ଫସଲ ସୁଖି ନଷ୍ଟ ହୋଇଗଲା। ଗାଈଗୋରୁ ମଧ୍ୟ ଖାଇଲେ ନାହିଁ। ଆମ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ। ଶେଷରେ ବାଧ୍ୟ ହୋଇ ମୁଁ କ୍ଷେତରେ ନିଆଁ ଲଗାଇଦେଲି। ମୁଁ କିପରି ଋଣ ସୁଝିବି ଜାଣିପାରୁ ନାହିଁ। ଋଣ ସୁଝି ନପାରିଲେ ଆତ୍ମହତ୍ୟା କରିବି।

Advertisment
Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe