Advertisment

ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ

ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

Paddy

Paddy

Advertisment

ଗଞ୍ଜାମ ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଶନିବାର ଗଞ୍ଜାମ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ପତ୍ର ଲେଖି ଏକଥା ଜଣାଇଛନ୍ତି।

Advertisment

ଗଞ୍ଜାମ ଜିଲ୍ଲାପାଳ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଲଘୁଚାପ ଯୋଗୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ସେଥିପାଇଁ ଧାନ ଅମଳରେ ବିଳମ୍ବ ହୋଇପାରେ। ତେଣୁ ମଣ୍ଡିରେ ଧାନ ସଂଗ୍ରହ ଦିନକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜାନୁଆରୀ ୩ ତାରିଖରୁ ଜିଲ୍ଲାରେ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଓ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଏହି ତାରିଖକୁ ବଛା ଯାଇଛି।

ସୂଚନାଯୋଗ୍ୟ, ଲଘୁଚାପ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅମଳକ୍ଷମ ଅବସ୍ଥାକୁ ଚାଲି ଆସିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। ତେଣୁ ଚାଷୀମାନେ ଚିନ୍ତିତ ଅଛନ୍ତି।

Advertisment
Paddy Procurement Paddy Mandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe